

ଭୁବନ, ୯ ଅକ୍ଟୋବର (ହି.ସ.)- ଭୁବନ ବାଜି ରାଉତ ସୃତି ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ସକାଶେ ନାମାଙ୍କନ ଦାଖଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ପ୍ରଜ୍ଞାରଞ୍ଜନ ସାହୁ ସଭାପତି ଓ ଜ୍ଞାନରଞ୍ଜନ ଗୁରୁ ସାଧାରଣ ସମ୍ପାଦକ ପଦବୀ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅପରପକ୍ଷେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମହିଳାଙ୍କୁ ଆଗକୁ ଆଣି ସୁଯୋଗ ଦିଆଯାଇଛି । ପ୍ରଥମ ଥର ପାଇଁ ବାଜିରାଉତ କଲେଜରେ ମହିଳାଙ୍କ ସ୍ୱର ଓ ନ୍ୟାୟ ପାଇଁ ବିଜୁ ଛାତ୍ର ଜନତା ଦଳ ତରଫରୁ ମହିଳା ମାନଙ୍କୁ ସୁଯୋଗ ଦିଆଯାଇଛି । ଛାତ୍ର ସଂସଦ ସଭାପତି ପଦବୀ ପାଇଁ ସ୍ବର୍ଣ୍ଣଲଷ୍ମୀ ବାରିକ ଓ ସାଧାରଣ ସଂପାଦକ ପଦବୀ ପାଇଁ ରୁପାଲୀ ଦାସ ନିଜ ସମର୍ଥକଙ୍କ ସହ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l
ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଭୁବନ ଥାନା ଆରକ୍ଷୀ ନିରୀକ୍ଷକ ରେଣୁବାଳା ସାହୁ ପୋଲିସ ବାହିନୀଙ୍କ ସହ ଉପସ୍ଥିତ ଥିଲେ l
ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଚଳିତ ବର୍ଷ ଏବିଭିପି ସହିତ ବିଜୁ ଛାତ୍ର ଜନତା ଦଳର କଡ଼ା ମୁକାବିଲା ହେବ ବୋଲି ଅନୁମାନ କରାଯାଉଛି।
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ