
ଭୁବନେଶ୍ୱର, 09 ଅକ୍ଟୋବର (ହି.ସ.) ଉତ୍କଳ ବିପନ୍ନ ସହାୟତା ସମିତି ପକ୍ଷରୁ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀକୁ ସେବା ଦିବସ ଭାବରେ ପାଳନ କରାଯାଇଛି। ମଞ୍ଚେଶ୍ୱର ସ୍ଥିତ ଉତ୍କଳ ବିପନ୍ନ ସହାୟତା ସମିତି ପରିସରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅଭୟ ସମାନ୍ତରାୟ, ଉତ୍କଳ ବିପନ୍ନ ସହାୟତା ସମିତି ସଭାପତି , ଡ ଆଶୁତୋଷ ମିଶ୍ର, ନିମନ୍ତ୍ରିତ ଅତିଥି ରୁବ୍ର ନାରାୟଣ ମହାପାତ୍ର, ସେବା ଭାରତୀର ସଙ୍ଗଠନ ମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ଲୋକ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା