ପଡ଼ିଆରେ ବ୍ଲକସ୍ତରୀୟ ସେବା ସେତୁ କାର୍ଯ୍ୟକ୍ରମ ଅନୁଷ୍ଠିତ
ମାଲକାନଗିରି , ୯ ଅକ୍ଟୋବର (ହି.ସ.) - ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ସଦର ମହକୁମାରେ ବ୍ଲକସ୍ତରୀୟ ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଭିନ୍ନ ବିଭାଗର ସରକାରୀ ଯୋଜନା ଓ ଜନସେବାକୁ ସାଧାରଣ ଲୋକଙ୍କ ନିକଟରେ ସହଜରେ ପହଂଚାଇବା ତଥା ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ଏହି କାର୍ଯ୍ୟକ୍ରମ
ପଡ଼ିଆରେ ବ୍ଲକସ୍ତରୀୟ ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ


ମାଲକାନଗିରି , ୯ ଅକ୍ଟୋବର (ହି.ସ.) - ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ସଦର ମହକୁମାରେ ବ୍ଲକସ୍ତରୀୟ ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଭିନ୍ନ ବିଭାଗର ସରକାରୀ ଯୋଜନା ଓ ଜନସେବାକୁ ସାଧାରଣ ଲୋକଙ୍କ ନିକଟରେ ସହଜରେ ପହଂଚାଇବା ତଥା ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ଏହି କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଇଅଛି । ପଡିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶ୍ୱିନି କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡକାମି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଧାୟକଙ୍କ ଜିଲ୍ଲା ପ୍ରତିନିଧି ନିହାର ରାୟ, ପଡିଆ ବ୍ଲକ ସାଂସଦଙ୍କ ପ୍ରତିନିଧି ପି ଭେଙ୍କେଟେଶ୍ୱର ରାଓ, ବ୍ଲକ ବିଜେପି ସଭାପତି କୋଟାମ ବାଲାୟା, ବିଜେପି ନେତା ନାରାୟଣ ସରକାର ଓ ବ୍ଲକ ବିଧାୟକଙ୍କ ପ୍ରତିନିଧି ମନ ଦୀପଙ୍କର ରାୟ ସମେତ ବିଭିନ୍ନ ବିଭାଗର ଅଧିକାରୀ, ଜନପ୍ରତିନିଧି ମାନେ ଯୋଗଦେଇ ଜନସାଧାରଣଙ୍କୁ ସରକାରୀ ସେବା ଓ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ଦୁର୍ଗମ ଅଂଚଳର ଲୋକମାନେ ଯେପରି ସରକାରୀ ସେବା ପାଇବାରେ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାର ଆବଶ୍ୟକତା ରହିଥିବା ବିଧାୟକ ଶ୍ରୀ ମାଡକାମି କହିଛନ୍ତି । ଏହି କାର୍ଯ୍ୟକ୍ରମ ଅବସରରେ ଶ୍ରମ ବିଭାଗରୁ ପଡିଆ ଶ୍ରମ ଅଧିକାରୀ ମହମ୍ମଦ ଆସିଫ ଖାଁ ଙ୍କ ନେତୃତ୍ୱରେ ଚିହ୍ନଟ କରାଯାଇଥିବା ୪୦ ଜଣ ହିତାଧିକାରୀଙ୍କୁ ବିଧାୟକଙ୍କ ଦ୍ୱାରା ଶ୍ରମିକ କାର୍ଡ ପ୍ରଦାନ କରାଯାଇଥିବା ବେଳେ ୩ ଜଣଙ୍କୁ ଶିକ୍ଷାଗତ ସରକାରୀ ସହାୟତା ପ୍ରଦାନ କରାଯାଇଛି। ଏଥିସହ ସରକାରୀ ଯୋଜନାର ସୁଫଳ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଂଚାଇବା ସହ ଜନସାଧାରଣଙ୍କ ଅଭିଯୋଗ ଓ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଗୁରୁତ୍ୱ ଦିଆଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande