ବ୍ଲକ ସ୍ତରୀୟ ସେବା ସଂକଳ୍ପ ଅଭିଯାନ
ଭୁବନ, ୯ ଅକ୍ଟୋବର (ହି.ସ.)- ଭୁବନ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଶୁକ୍ରବାର ଦିନ ବ୍ଲକ ସ୍ତରୀୟ ସେବା ସଂକଳ୍ପ ଅଭିଯାନ ସେବା ସେତୁ ଶିବିର ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସରକାରୀ ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ଶିବିର ଆୟୋଜନ ହୋ
ଉପସ୍ଥିତ ମହିଳା ପୁରୁଷ


ସେବା ସଂକଳ୍ପ ଅଭିଯାନ


ଭୁବନ, ୯ ଅକ୍ଟୋବର (ହି.ସ.)- ଭୁବନ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଶୁକ୍ରବାର ଦିନ ବ୍ଲକ ସ୍ତରୀୟ ସେବା ସଂକଳ୍ପ ଅଭିଯାନ ସେବା ସେତୁ ଶିବିର ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସରକାରୀ ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ଶିବିର ଆୟୋଜନ ହୋଇଥିଲା । ବିଡ଼ିଓ ଶ୍ରୀମତୀ ଆୟୁଷି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକଙ୍କ ପ୍ରତିନିଧି ସଞ୍ଜୟ କୁମାର ଦାସ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷା ଶ୍ରୀମତୀ ସରୋଜିନୀ ଦ୍ୱିବେଦୀ ଓ ଜିଲ୍ଲା ପରିଷଦ ସଭ୍ୟ ସୁବାସ ମାଝୀ ଯୋଗଦେଇଥିଲେ । ଡବ୍ଲ୍ୟୁ ଇ ଓ ଅକ୍ଷୟ କୁମାର ବଳ ଧନ୍ୟବାଦ୍ ଅର୍ପଣ କରିଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମୁକେଶ ରଥ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ।

ଏହି ଶିବିରରେ ୧୨ ଜଣଙ୍କୁ ରାସନ କାର୍ଡ,୧୦ ଜଣଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ୨ ଜଣଙ୍କୁ ମତ୍ସ୍ୟ ପୋଖରୀ ନିମନ୍ତେ କାର୍ଯ୍ୟାଦେଶ, ୫ ଜଣଙ୍କୁ ଆୟୁଷ୍ମାନ ବୟୋ ବନ୍ଦନା କାର୍ଡ, ୧୪ ଜଣଙ୍କୁ ଆୟୁଷ୍ମାନ କାର୍ଡ, ୫ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଲକ୍ଷପତି ଦିଦି ଯୋଜନାରେ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିଲା । ଏହି ଶିବିରରେ ସମୁଦାୟ ୨୫୦ ଜଣ ମହିଳା, ପୁରୁଷ ଯୋଗଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande