
ମାଲକାନଗିରି ,୯ ଅକ୍ଟୋବର (ହି.ସ.) - ମାଲକାନଗିରି ଜିଲ୍ଲା ଏମଭି-୭୯ ଥାନା ଅନ୍ତର୍ଗତ ଏମପିଭି-୬୫ ଗ୍ରାମରୁ ହାଇଦ୍ରାବାଦ କସାଇଖାନାକୁ ୭ଟି ଗୋରୁ ବେଆଇନ ଭାବେ ଚାଲାଣ ହେଉଥିବା ବେଳେ ଗ୍ରାମବାସୀ ଧରି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଏମଭି-୭୯ ପୋଲିସ ଘଟଣାସ୍ଥଳରେ ପହଂଚି ୭ଟି ଗୋରୁକୁ ଉଦ୍ଧାର କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଥିଲା । ଏନେଇ ଥାନାରେ କେସ୍ ନଂ ୧୬୫/୨୬ ରେ ମାମଲା ରୁଜୁ ହୋଇଛି । ଏଥିରେ ମୁଖ୍ୟ ଅଭିଯୁକ୍ତ ଏମପିଭି-୬୫ ଗ୍ରାମର କୋଖନ ମଣ୍ଡଳଙ୍କ ସମେତ ଅନ୍ୟ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରିଣୀ ପୂର୍ଣ୍ଣିମା ଟେଟେ ସୂଚନା ଦେଇଛନ୍ତି । ଆଗକୁ ଏଭଳି ବେଆଇନ ଗୋରୁ ଚାଲାଣ ଉପରେ କଡ଼ା ନଜର ରଖାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ