ଚମ୍ପୁଆ ଶିଶୁ ବିଦ୍ୟା ମନ୍ଦିରରେ ଗୋପବନ୍ଧୁ ଜୟନ୍ତୀ ପାଳିତ
ଚମ୍ପୁଆ, ୦୯ ଅକ୍ଟୋବର (ହି.ସ.) - ଚମ୍ପୁଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଗୋପବନ୍ଧୁ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଉତ୍କଳମଣି ଗୋପବନ୍ଧୁ ଦାସ ଜଣେ ମହାନ୍ ସମାଜସେବୀ, ଦେଶପ୍ରେମୀ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ ବୋଲି କହିଥିଲେ । ବକ
ବିଦ୍ୟାଳୟ ରେ ଗୋପବନ୍ଧୁ ଜୟନ୍ତୀ


ଚମ୍ପୁଆ, ୦୯ ଅକ୍ଟୋବର (ହି.ସ.) - ଚମ୍ପୁଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଗୋପବନ୍ଧୁ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଉତ୍କଳମଣି ଗୋପବନ୍ଧୁ ଦାସ ଜଣେ ମହାନ୍ ସମାଜସେବୀ, ଦେଶପ୍ରେମୀ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ ବୋଲି କହିଥିଲେ । ବକ୍ତା ଭାବେ ବିଦ୍ୟାଳୟର ଆଚାର୍ଯ୍ୟା ତ୍ରିବେଣୀ ପାତ୍ର, ଓମପ୍ରଭା ପ୍ରଧାନ ଓ ଅରୁଣ କୁମାର ଜେନା ଆଦି ଯୋଗ ଦେଇ ଗୋପବନ୍ଧୁ ଦାସ ଜଣେ ସାହିତ୍ୟିକ, କବି, ଲେଖକ, ସାମ୍ବାଦିକ, ଶିକ୍ଷକ, ସଂଗଠକ ତଥା ଓଡ଼ିଶାର ମୁଖ୍ୟ ବିନ୍ଧାଣି ଥିଲେ ଓ ତାଙ୍କ ଜୀବନାଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ପ୍ରେରଣା ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା, ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande