
କେନ୍ଦୁଝର, ୦୯ ଅକ୍ଟୋବର (ହି.ସ.) - ଦୀର୍ଘ ଆଠ ବର୍ଷ ପରେ ହେବାକୁ ଯାଉଛି କଲେଜ ରେ ନିର୍ବାଚନ। ଏନେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି। ଆଜି କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପାର୍ଥୀ ମାନେ ସ୍ଥାନିୟ ଶିବ ମନ୍ଦିରରୁ ପୁଜା ଆରମ୍ଭ କରି ଏକ ବିରାଟ ଶୋଭାଯାତ୍ରାରେ କଲେଜ୍ ପର୍ଯ୍ୟନ୍ତ ବାହରିଥିଲେ। ଛାତ୍ର ଶକ୍ତି ରାଷ୍ଟ୍ର ଶକ୍ତି ନାରା ଦେଇ ପାର୍ଥୀ ମାନେ କଲେଜ୍ ପରିସରକୁ ଜାଇଥିଲେ। ପାର୍ôଥନୀ ମାନେ ବେସ ଉତ୍ସାହିତ ଥିବା ବେଳେ ନିଶ୍ଚୟ ଜିତିବେ ବୋଲି ଆଶା ବ୍ୟକ୍ତ କରିଥିବ ବେଳେ ବିଶ୍ୱବିଦ୍ୟାଳୟର ବିକାସ କୁ ପ୍ରାଧାନ୍ୟ ଦେବେ ବୋଲି ପ୍ରକାଶ କରିଛନ୍ତି। ପ୍ରକାଶ ଯେ କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ରେ ପ୍ରଥମ ଥର କଲେଜ୍ ନିର୍ବାଚନ ହେଉଥିବା ବେଳେ ଦୀର୍ଘ୍ ଆଠ ବର୍ଷ ପରେ ଛାତ୍ରଛାତ୍ରୀ ମାନେ ନିର୍ବାଚନ ନେଇ ବେସ ଉତ୍ସାହୀ ଅଛନ୍ତି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA