
କେନ୍ଦ୍ରାପଡ଼ା, ୯ ଅକ୍ଟୋବର (ହି.ସ.)- ସାରା ଓଡିଶାରେ କ୍ୟାନ୍ସର ଏକ ମହା ବ୍ୟାଧିରେ ପରିଣତ ହୋଇଛି। ଏହି କ୍ୟାନ୍ସରର ଚିକିତ୍ସାରେ କେମଥେରାପି ଦିଆଯାଇଥାଏ, ଯାହା ଅନ୍ୟ ଚିକିତ୍ସା ଠାରୁ କଷ୍ଟ ବୋଲି ଡାକ୍ତର ମାନେ ମତ ଦିଅନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ପ୍ରତି ଗୁରୁବାର କେମଥେରାପି ଦିଆଯାଉଛି। ଏହା କେନ୍ଦ୍ରାପଡ଼ା ଜିଲ୍ଲାର କ୍ୟାନ୍ସର ରୋଗୀଙ୍କ ପାଇଁ ଖୁସି ଖବର। ଆଉ କେନ୍ଦ୍ରାପଡ଼ା ଜିଲ୍ଲାର ରୋଗୀ ଅନ୍ୟ ଜିଲ୍ଲାକୁ ନ ଯାଇ ନିଜ ଜିଲ୍ଲାର ମୁଖ୍ୟାଳୟରେ ଚିକିତ୍ସା କରାଇପାରିବେ। ଏହି ରୋଗୀ ସେବା ଦେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ଡାକ୍ତର ଶ୍ରୀକାନ୍ତ ସ୍ୱାଇଁ। ତାଙ୍କର ସହନଶୀଳତା ଗୁଣ, ସୁମଧୁର ବାର୍ତ୍ତା ଓ ସଠିକ୍ ଚି଼କିତ୍ସା ପାଇଁ ରୋଗୀ ମାନେ ସୁସ୍ଥ ହେଉଛନ୍ତି।
ଏ ସମ୍ପର୍କରେ ପଚାରିବାରୁ ଡାକ୍ତର ଶ୍ରୀ ସ୍ୱାଇଁ କହିଛନ୍ତି, ସେ ଆଚାର୍ଯ୍ୟ ହରିହରଙ୍କ ଦ୍ୱାରା ଅନୁପ୍ରାଣିତ। କର୍କଟ ରୋଗ ଏହାର ନିରାକରଣ ପାଇଁ ରୋଗୀ ସେବାର ଡାକ୍ତର ଶ୍ରୀକାନ୍ତଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତାମାନେ କର୍କଟ ବିଭାଗରେ ପହଞ୍ଚି ସମ୍ମାନିତ କରିଛନ୍ତି। ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶ୍ରୀକାନ୍ତ ସ୍ୱାଇଁ ଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାର ଆଚାର୍ଯ୍ୟ ହରିହର ସମ୍ମାନରେ ସମ୍ମାନିତ କରାଯାଇଛି। ତାଙ୍କର ଏହି ମହନୀୟ କାମ ପାଇଁ ତାଙ୍କର ଡାକ୍ତର ଟିମ୍ କୁ ସାଧୁବାଦ ଦିଆଯାଇଛି। ସମ୍ମାନରେ ତାଙ୍କୁ ସମ୍ମାନିତ ଫଳକ, ଉପଢୌକନ ଓ ମହାପ୍ରଭୁଙ୍କ ବାନା ପ୍ରଦାନ କରାଯାଇଛି।
ଆଜିର କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ଟ୍ରଷ୍ଟ ର ପରାମର୍ଶଦାତା ନିମାଇଁ ଚରଣ କର, ଟ୍ରଷ୍ଟ ର ଗୁରୁଜନ ନିତ୍ୟାନନ୍ଦ ସୁଆର, ଟ୍ରଷ୍ଟ ର ମୁଖପାତ୍ର ପ୍ରମୋଦ ନାୟକ, ପ୍ରାଧ୍ୟାପକ ରାଜେନ୍ଦ୍ର ସୁଆର, ମେଡିକାଲ ନର୍ସ ଅଞ୍ଜନା ଦିଦି, ସୋମ୍ୟରଞ୍ଜନ ସେଠୀ ଓ ଚନ୍ଦନ କୁମାର ସେଠୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି