ଚାଷ ଜମିକୁ ଟୋପାଏ ପାଣି ମାଡିନି; ତଥାପି ଚାଷୀଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଜଳକର ବକେୟା ପୈଠ ପାଇଁ ମିଳିଛି ନୋଟିସ
ଜୟପୁର, ୯ ଅକ୍ଟୋବର (ହି.ସ.)- ଆଜିକୁ ୩୦ ବର୍ଷ ଧରି କେନାଲ ଅଛି ହେଲେ ଟୋପାଏ ପାଣି ନାହିଁ । ଚାଷ ଜମିକୁ କେନାଲ ଯୋଗେ ପାଣି ନଦେଇ ଲକ୍ଷ ଲକ୍ଷ ଟଙ୍କାର ଜଳକର ବକେୟା ରହିଥିବା ଦାର୍ଶାଇ ଚାଷୀଙ୍କୁ ହୋଇଛି ନୋଟିସ । ଏଭଳି ଅଭିଯୋଗ ଆସିଛି କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ଡେଙ୍ଗପଦର ପଂଚାୟତର ଡେଙ୍
ଚାଷ ଜମିକୁ ଟପାଏ ପାଣି ମାଡିନୀ ତଥାପି ଚାଷୀ ଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଜଳ କର ବକେୟା ପୈଠ ପାଇଁ ମିଳିଛି ନୋଟିସ


ଜୟପୁର, ୯ ଅକ୍ଟୋବର (ହି.ସ.)- ଆଜିକୁ ୩୦ ବର୍ଷ ଧରି କେନାଲ ଅଛି ହେଲେ ଟୋପାଏ ପାଣି ନାହିଁ । ଚାଷ ଜମିକୁ କେନାଲ ଯୋଗେ ପାଣି ନଦେଇ ଲକ୍ଷ ଲକ୍ଷ ଟଙ୍କାର ଜଳକର ବକେୟା ରହିଥିବା ଦାର୍ଶାଇ ଚାଷୀଙ୍କୁ ହୋଇଛି ନୋଟିସ । ଏଭଳି ଅଭିଯୋଗ ଆସିଛି କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ଡେଙ୍ଗପଦର ପଂଚାୟତର ଡେଙ୍ଗପଦର, ସଙ୍କରଡ଼ା, ପଟିଗାଁ, ବଡ଼ ପରିଆ ଏବଂ ସମରଥଗୁଡାର ପାଞ୍ଚଟି ଗ୍ରାମର ୨୫୦୦ ଜଣ ଚାଷୀଙ୍କୁ ୩୬ ଲକ୍ଷ ଟଙ୍କା ଜଳ କର ବକେୟା ପୈଠ କରିବାକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ଡେଙ୍ଗପଦର ପଞ୍ଚାୟତର ପରସଲା ଗାଁର ମୁଖ୍ୟ କେନାଲରୁ ଏହି ପାଞ୍ଚୋଟି ଗାଁ କୁ ଶାଖା କେନାଲ ଯାଇଛି କିନ୍ତୁ ପରସଲାରେ ଜଳକର ଛାଡ଼ କରାଯାଇଛି।ପୁଣି ସବୁଠାରୁ ଆଶ୍ଚର୍ଯ୍ୟ କଥା, ଡେଙ୍ଗପଦର ପଞ୍ଚାୟତରେ ଡ଼ିପ ବୋର ୱେଲ ଏବଂ ଲିଫ୍ଟ ପଏଣ୍ଟ ଦିଆଯାଇଛି। ଏତେ ପରିମାଣର ଜଳକରକୁ ନେଇ ଏବେ ଚାଷୀଙ୍କ ମୁଣ୍ଡରେ ପଡିଛି ଚଡକ। ଜଳସମ୍ପଦ ବିଭାଗର ଅଜବ ନୀତି ଜମିରେ ପାଣି ମାଡୁନି କି କେନାଲରେ ପାଣି ଆସୁନାହିଁ ତଥାପି ଜଳକର ପାଇଁ ନୋଟିସ ହୋଇଛି। ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ଚାଷୀ ତଥାପି ଫଳ ଶୁନ।ଯଦି ଜଳକର ଛାଡ଼ ନହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ସେପଟେ ଘଟଣାକୁ ନେଇ ଉପରିସ୍ଥ ଅଧିକାରୀଙ୍କୁ ଅବୋଗତ କରାଯିବ ବୋଲିବୋରିଗୁମ୍ମା ଜଳସେଚନ ବିଭାଗର ଏସଡିଓ ଶିବନ ଅଟକା ପ୍ରତିକ୍ରିୟା ରଖିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande