ଦିଦାୟୀ ଆର୍ଥିକ ସାକ୍ଷରତା ଶିବିର ଆୟୋଜିତ
ମାଲକାନଗିରି, ୯ ଅକ୍ଟୋବର (ହି.ସ.)- ମାଲକାନଗିରି ଜିଲ୍ଲାର ଖାଇରପୁଟ ବ୍ଲକ ଅନ୍ତର୍ଗତ ଓରିଙ୍ଗି ଏବଂ ମୁଦୁଲିଗୁଡ଼ା ଗ୍ରାମରେ ଜାତୀୟ ଅନୁସୂଚିତ ଜନଜାତି ବିତ୍ତ ଓ ବିକାଶ ନିଗମ ଏବଂ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ଖଇରପୁଟ ଶାଖା ପକ୍ଷରୁ ଆଦିମ ଜନଜାତି ବିତ୍ତ ସମୃଦ୍ଧ ଗ୍ରାମ ଯୋଜନା ଅଧୀନରେ ଆର୍ଥିକ ସାକ୍ଷ
ଦିଦାୟୀ ଆର୍ଥିକ ସାକ୍ଷରତା ଶିବିର ଆୟୋଜିତ


ମାଲକାନଗିରି, ୯ ଅକ୍ଟୋବର (ହି.ସ.)- ମାଲକାନଗିରି ଜିଲ୍ଲାର ଖାଇରପୁଟ ବ୍ଲକ ଅନ୍ତର୍ଗତ ଓରିଙ୍ଗି ଏବଂ ମୁଦୁଲିଗୁଡ଼ା ଗ୍ରାମରେ ଜାତୀୟ ଅନୁସୂଚିତ ଜନଜାତି ବିତ୍ତ ଓ ବିକାଶ ନିଗମ ଏବଂ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ଖଇରପୁଟ ଶାଖା ପକ୍ଷରୁ ଆଦିମ ଜନଜାତି ବିତ୍ତ ସମୃଦ୍ଧ ଗ୍ରାମ ଯୋଜନା ଅଧୀନରେ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଏଲଡିଏମ ମାଲକାନଗିରି ଚକ୍ରଧର ନାୟକ, ମୁଖ୍ୟ ମହାପ୍ରବନ୍ଧକ ସୁନୀଲ କୁମାର ସାହୁ, ଆଞ୍ଚଳିକ ଅଧିକାରୀ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଜୟପୁର ରାଜ ବର୍ମା, ଶାଖା ପରିଚାଳକ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଖଇରପୁଟ ଶଙ୍କରଦତ୍ତ ମିଶ୍ର, ଦିଦାୟୀ ଜନଜାତି ଉନ୍ନୟନ ସଂସ୍ଥା ସ୍ୱତନ୍ତ୍ର ଅଧିକାରୀ କିରାନୀ ନାୟକ ଏବଂ ସିଏଫଏଲ ସଂଯୋଜକ ମାଲକାନଗିରି ଅଗଷ୍ଟିନ ସାଇମନ କୋରା ଯୋଗଦେଇ ବ୍ୟାଙ୍କିଙ୍ଗ ସୁବିଧା, ବିଭିନ୍ନ ସରକାରୀ ଯୋଜନାର ଲାଭ ଓ ବୀମା ସମ୍ବନ୍ଧରେ ଦିଦାୟୀ ଲୋକମାନଙ୍କୁ ସଚେତନ କରାଇଥିଲେ।

ଏହା ସହିତ ଗ୍ରାମବାସୀଙ୍କ ବ୍ୟାଙ୍କିଙ୍ଗ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ଆଶୁ ସମାଧାନ ମଧ୍ୟ କରାଯାଇଥିଲା। କାର୍ଯ୍ୟକ୍ରମଟି ଅତ୍ୟନ୍ତ ଫଳପ୍ରଦ ଓ ଲୋକଙ୍କ ଦ୍ୱାରା ବହୁ ପସନ୍ଦ କରା ଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande