
ଭୁବନେଶ୍ୱର, ୦୯ ଅକ୍ଟୋବର (ହି.ସ.)- ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ମହାନ ସ୍ୱାଧୀନତା ସଂଗ୍ରାମୀ, ସମାଜସେବାର ମୂର୍ତିମନ୍ତ ପ୍ରତୀକ, ସାମ୍ବାଦିକତା, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଶିକ୍ଷା ତଥା ସମଗ୍ର ଓଡ଼ିଆଙ୍କ ସର୍ବକାଳୀନ ଆଦର୍ଶ ବ୍ୟକ୍ତିତ୍ୱ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୫୦ତମ ଜୟନ୍ତୀ ସ୍ଥାନୀୟ ୟୁନିଟ-୮ସ୍ଥିତ ପ୍ରତିମୂର୍ତି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତିଚାରଣ କାର୍ଯ୍ୟକ୍ରମ ବରିଷ୍ଠ ସାମ୍ବାଦିକ, ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଶତପଥୀ ମତବ୍ୟକ୍ତ କରିଥିଲେ ଯେ ଗୋପବନ୍ଧୁ କେବଳ ଉତ୍କଳମଣି ନୁହଁନ୍ତି, ସେ ଥିଲେ ବିଶ୍ୱମଣି । ବନ୍ୟାରେ ବହୁ ସାଧାରଣ ଜନତାଙ୍କୁ ଖାଦ୍ୟ ବଂଟନ କରିବା, ସ୍ୱାଧୀନତା ପାଇଁ ଲଢେଇ କରିବା, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ପାଇଁ ବହୁ ଅବଦାନ ସହିତ, ବକୁଳବନ ପ୍ରତିଷ୍ଠା, ସାମ୍ବାଦିକତା, ସମ୍ବାଦକୁ ନୂତନ ଦିଗଦର୍ଶନ ଦେବା ସହିତ ଆଗାମୀ ପୀଢ଼ିଙ୍କ ପାଇଁ ତାଙ୍କ ସମାଜ ସେବା, ତ୍ୟାଗ, ନିଷ୍ଠା ପ୍ରମୁଖ ଚୀରସ୍ମରଣୀୟ ହୋଇ ରହିବ । ସମାଜସେବୀ ମନୋରଞ୍ଜନ ମହାନ୍ତି, କାମଦେବ ମହାପାତ୍ର, ପତ୍ରକାର, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ସାଧୁଚରଣ ବେହେରା,ଅମିତ ପାଲ ସିଂ, ସଂଯୋଜକ ବାପୁ ଓଝା ପ୍ରମୁଖ ଉପସ୍ଥିତ ରହିବା ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା