ସରସ୍ବତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର କଦମପଡା ଶିଶୁବାଟିକା ବିଭାଗରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପଳିତ
ବଲାଙ୍ଗିର, ୯ ଅକ୍ଟୋବର (ହି.ସ.)- ସରସ୍ବତୀ ଶିଶୁମନ୍ଦିର କଦମପଡା ବଲାଙ୍ଗୀର ଶିଶୁବାଟିକା ବିଭାଗରେ ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ କୋଶଲ ପ୍ରବାହର ଏଡିଟର ତଥା କବି ଆନନ୍ଦ ଚନ୍ଦ୍ର ସାହୁ ଯୋଗଦାନ ପୂର୍ବକ ଉକ୍ତ ଦିନର ମହତ୍ୱ ବିଷୟରେ ଆଲୋକପାତ କରିଥିଲ
ସରସ୍ବତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର କଦମ ପଡା ଶିଶୁବାଟିକା ବିଭାଗ ରେ ଉତ୍କଳମଣି ଗୋପବନ୍ଧୁ ଦାସ ଜୟନ୍ତୀ ପଳିତ


ବଲାଙ୍ଗିର, ୯ ଅକ୍ଟୋବର (ହି.ସ.)- ସରସ୍ବତୀ ଶିଶୁମନ୍ଦିର କଦମପଡା ବଲାଙ୍ଗୀର ଶିଶୁବାଟିକା ବିଭାଗରେ ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳନ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ କୋଶଲ ପ୍ରବାହର ଏଡିଟର ତଥା କବି ଆନନ୍ଦ ଚନ୍ଦ୍ର ସାହୁ ଯୋଗଦାନ ପୂର୍ବକ ଉକ୍ତ ଦିନର ମହତ୍ୱ ବିଷୟରେ ଆଲୋକପାତ କରିଥିଲେ। ଅନେକ ଶିଶୁ ଭାଇ ଭଉଣୀ ବକ୍ତବ୍ୟ ପ୍ରଦାନ କରିଥିଲେ। ଶିଶୁଙ୍କ ଦ୍ଵାରା ସେବାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଶିଶୁବାଟିକା ପ୍ରମୁଖ ଶ୍ରୀମତୀ ବିଦ୍ୟୁତ ରେଖା କର ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ କରିବା ସହିତ ଉଦେଶ୍ୟ ଜ୍ଞାପନ କରିଥିଲେ।

ପରିଚାଳନା ସମିତିର ସଭାପତି ଭବାନୀ ଶଙ୍କର ପଟେଲ ମାର୍ଗ ଦର୍ଶନ କରିଥିଲେ। ସମ୍ପାଦକ ତରଣୀସେନ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଗୁରୁଜୀ ଗୁରୁମା ସେବକ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହିତ ସମାପନ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande