ଜମନକିରାରେ ‘ସେବା ସେତୁ ଅଭିଯାନ : ଦିବ୍ୟାଙ୍ଗଙ୍କୁ ସହାୟକ ଉପକରଣ, ହିତାଧିକାରୀଙ୍କୁ ଗୃହ କାର୍ଯ୍ୟାଦେଶ ଓ ଭତ୍ତା ବଣ୍ଟନ
ସମ୍ବଲପୁର, ୦୯, ଅକ୍ଟୋବର (ହି.ସ.) ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଡାକ୍ତରଖାନା ପଡ଼ିଆ ପରିସରରେ ‘ସେବା ସେତୁ ଅଭିଯାନ’ ତଥା ‘ସେବା ସଂକଳ୍ପ ଅଭିଯାନ’ ଅନ୍ତର୍ଗତ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି। ସରକାରୀ ଯୋଜନାର ସୁଫଳକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟର
ଜମନକିରାରେ ‘ସେବା ସେତୁ ଅଭିଯାନ : ଦିବ୍ୟାଙ୍ଗଙ୍କୁ ସହାୟକ ଉପକରଣ, ହିତାଧିକାରୀଙ୍କୁ ଗୃହ କାର୍ଯ୍ୟାଦେଶ ଓ ଭତ୍ତା ବଣ୍ଟନ


ସମ୍ବଲପୁର, ୦୯, ଅକ୍ଟୋବର (ହି.ସ.) ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଡାକ୍ତରଖାନା ପଡ଼ିଆ ପରିସରରେ ‘ସେବା ସେତୁ ଅଭିଯାନ’ ତଥା ‘ସେବା ସଂକଳ୍ପ ଅଭିଯାନ’ ଅନ୍ତର୍ଗତ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି। ସରକାରୀ ଯୋଜନାର ସୁଫଳକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ ବହୁ ସଂଖ୍ୟାରେ ମହିଳା, ଗ୍ରାମାଞ୍ଚଳର ହିତାଧିକାରୀ ଓ ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ସେବା ସେତୁ ଅଭିଯାନ ମାଧ୍ୟମରେ ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ନିକଟରେ ସରକାରୀ ସେବା ପହଞ୍ଚାଇବା ଏବଂ ସେମାନଙ୍କୁ ନ୍ୟାର୍ଯ୍ୟ ଅଧିକାର ପ୍ରଦାନ କରିବା ଉପରେ ସେ ଆହ୍ୱାନ ଦେଇଥିଲେ। ଏହି ଅବସରରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଥିଲା। ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ମୋଟରଚାଳିତ ତିନିଚକିଆ ଯାନ ବଣ୍ଟନ କରାଯାଇଥିବା ବେଳେ ବିଭିନ୍ନ ବିଦ୍ୟାଳୟକୁ ଜମି ପଟ୍ଟା ପ୍ରଦାନ କରାଯାଇଥିଲା। ଏଥିସହ ଯୋଗ୍ୟ ହିତାଧିକାରୀଙ୍କୁ ଗୃହ ନିର୍ମାଣ କାର୍ଯ୍ୟାଦେଶ ଏବଂ ବାର୍ଦ୍ଧକ୍ୟ ଓ ସାମାଜିକ ସୁରକ୍ଷା ଭତ୍ତା ମଧ୍ୟ ପ୍ରଦାନ କରାଯାଇଥିଲା।

ସମ୍ମାନିତ ଅତିଥି ଭାବେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ, ପାନୀୟ ଜଳ ଯୋଗାଣ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଯୋଗଦେଇ ଗ୍ରାମାଞ୍ଚଳର ସାମଗ୍ରିକ ବିକାଶ ଏବଂ ପଞ୍ଚାୟତ ସ୍ତରରେ ସରକାରୀ ସେବାକୁ ଅଧିକ ତ୍ୱରାନ୍ୱିତ କରିବା ଉପରେ ମତବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଉତ୍ତରାଞ୍ଚଳ ପୋଲିସ ଉପମହାନିରୀକ୍ଷକ ଚରଣ ସିଂହ ମୀନା, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ, ଉପଜିଲ୍ଲାପାଳ ସରବରାନ ସିଂ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ମୁଖ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ ପାତ୍ର, ଜିଲ୍ଲା ବିଜେପି ସଭାପତି ମେହେର ଏବଂ ଜମନକିରା ବିଡିଓ ରବୀନ୍ଦ୍ର କୁମାର ସେଠୀଙ୍କ ସମେତ ବହୁ ଅଧିକାରୀ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ପ୍ରଶାସନ ସମେତ ବିଭିନ୍ନ ବିଭାଗର ଅଧିକାରୀ ଏବଂ ପଞ୍ଚାୟତସ୍ତରୀୟ କର୍ମଚାରୀମାନେ ସହଯୋଗ କରିଥିଲେ। ବିଜେପିର ବହୁ କାର୍ଯ୍ୟକର୍ତ୍ତା ଓ ନେତୃବୃନ୍ଦ ମଧ୍ୟ ଉପସ୍ଥିତ ରହିଥିଲେ। ଶିବିରରେ ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣିବା ସହ ସେଗୁଡ଼ିକର ସମାଧାନ ଦିଗରେ ପଦକ୍ଷେପ ନିଆଯାଇଥିଲା। ଏହି ଅଭିଯାନ ମାଧ୍ୟମରେ ସରକାରୀ ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବାର ପ୍ରୟାସକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande