
ମାଲକାନଗିରି,୯ ଅକ୍ଟୋବର (ହି.ସ.) - ମାଲକାନଗିରି ଜିଲ୍ଲା ସୀମାବର୍ତୀ ପଡିଆ ପୋଲିସ ପକ୍ଷରୁ ଜୁଭେନ୍ଟିକା କାର୍ଯ୍ୟକ୍ରମ ସହ ସଡକ ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଅଛି। ପଡିଆ ଥାନା ଅଧିକାରୀ ସନ୍ତୋଷ କୁମାର ମାଝୀଙ୍କ ନେତ୍ରୁତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ଏକ ସଚେତନତା ରାଲି ମୁଖ୍ୟ ବଜାରରେ ଥିବା ରାମ ମନ୍ଦିର ଛକ ଠାରୁ ବାହାରି ପଂଚାୟତ କାର୍ଯ୍ୟାଳୟରେ ଶେଷ ହୋଇଛି। ସଡକ ସୁରକ୍ଷା ବାର୍ତା ଦେଇ ଏହି ରାଲି ବାହାରିଥିବା ବେଳେ ବ୍ଲକ ଡ୍ରାଇଭର୍ ସଂଘ ଓ ସ୍ଥାନୀୟ ଜନ ପ୍ରତିନିଧି ମିଳିତ ଭାବେ ଏହି ରାଲିରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମକୁ ମାଲକାନଗିରି ବିଧାୟକ ନରସିଂହ ମାଡକାମି ଉଦ୍ଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ବିଧାୟକଙ୍କ ଜିଲ୍ଲା ପ୍ରତିନିଧି ନିହାର ରାୟ, ପଡିଆ ବ୍ଲକ ସାଂସଦଙ୍କ ପ୍ରତିନିଧି ପି ଭେଙ୍କେଟେଶ୍ୱର ରାଓ, ବିଧାୟକଙ୍କ ବ୍ଲକ ପ୍ରତିନିଧି ମନ ଦୀପଙ୍କର ରାୟ, ବ୍ଲକ ବିଜେପି ସଭାପତି କୋଟାମ ବାଲାୟା ସମେତ ଡ୍ରାଇଭର଼ ସଂଘର କର୍ମକର୍ତା ଉପସ୍ଥିତ ଥିଲେ। ଏଥିସହ ପଡିଆ ପୋଲିସ ପକ୍ଷ୍ୟରୁ ପଡିଆ ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜୁଭେନ୍ଟିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କିଶୋର ଅବସ୍ଥାରେ ମାନସିକ ସ୍ୱାସ୍ଥ୍ୟ, ନ୍ୟାୟ ଓ ଅଧିକାର, ବାଲ୍ୟ ବିବାହ ପ୍ରତିରୋଧ, ସାଇବର କ୍ରାଇମ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗରୁ ଆସିଥିବା ଲିଙ୍ଗ ବିଶେଷଜ୍ଞ ସମ୍ବଲ କୋରା ମିଶାଇଲ ରାଜୁ ତାଲିମ ପ୍ରଦାନ କରିଥିବା ବେଳେ ପଡିଆ ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପରମାନନ୍ଦ ମହାପାତ୍ର, ପଡିଆ ଥାନା ଏସଆଇ ଦେବେନ୍ଦ୍ର ଭତ୍ରା ଓ ଏଏସଆଇ ଅନିଲ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ