
ମାଲକାନଗିରି , ୯ ଅକ୍ଟୋବର (ହି.ସ.) - ମାଲକାନଗିରି ଜିଲ୍ଲା କାଲିମେଳା ହାଇସ୍କୁଲରେ କାଲିମେଳା ପୋଲିସ ପକ୍ଷରୁ କିଶୋର-କିଶୋରୀମାନଙ୍କୁ ନେଇ ଜୁଭେଂଟିକା କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷାଧିକାରୀ ପ୍ରମୋଦ ବାରୋଇ, ବରିଷ୍ଠ ମେଡିକାଲ ଅଫିସର, ଆଇସିଡିଏସ ସୁପରଭାଇଜର, ୟୁନିସେଫ ଶିଶୁ ମଙ୍ଗଳ ଅଧିକାରୀ ମୀନାକ୍ଷୀ ପ୍ରଧାନ, ସିଡିପିଓ କାର୍ଯ୍ୟାଳୟ ସଦସ୍ୟ, ପିଏସ ଶିଶୁ ସୁରକ୍ଷା ଅଧିକାରୀ ଏବଂ କାଲିମେଳା ହାଇସ୍କୁଲର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଶିଶୁ ସମସ୍ୟାର ବିଭିନ୍ନ ଦିଗ ଯେପରିକି ବାଲ୍ୟ ବିବାହ, ଶିଶୁ ନିର୍ଯ୍ୟାତନା, ଶିଶୁ ସମ୍ବନ୍ଧୀୟ ଅପରାଧ ଏବଂ ଏହାର ସମାଧାନ, ପୋଲିସ କିପରି ଶିଶୁମାନଙ୍କର ବନ୍ଧୁ ହୋଇ ସେମାନଙ୍କ ବିକାଶ ପାଇଁ ମାର୍ଗଦର୍ଶନ କରିବ ଏବଂ ସମାଜରେ ଆଇନ ମାନୁଥିବା ବ୍ୟକ୍ତି ଭାବେ ଗଢ଼ି ତୋଳିବ ସେ ବିଷୟରେ ଆଲୋଚନା କରାଯାଇଥିବା ଥାନା ଅଧିକାରୀ ପ୍ରଭୁ ଦତ ବିଶ୍ୱାଳ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ