ବିବାହ ପରେ ନାବାଳିକାକୁ ପ୍ରତାରଣା, ଅଭିଯୁକ୍ତ ଗିରଫ
ଜୟପୁର, ୯ ଅକ୍ଟୋବର (ହି.ସ.)- ବିବାହ ପରେ ନାବାଳିକାକୁ ପ୍ରତାରଣା କରିଥିବା ନେଇ ଜୟପୁର ମହିଳା ଥାନାରେ ଅଭିଯୋଗ ହୋଇଛି l ପ୍ରେମ ବିବାହ ପରେ ଅସୁସ୍ଥତା ଯୋଗୁଁ ନାବାଳିକା ପତ୍ନୀ ନିଜର ଦୃଷ୍ଟିଶକ୍ତି ହରାଇ ବସିବାରୁ ଶାଶୁ ଘର ଲୋକ ଗ୍ରହଣ ନକରିବା ଅଭିଯୋଗରେ ମହିଳା ଥାନା ପୋଲିସ ଜଣେ ଅଭିଯୁକ୍ତକୁ ଗ
ବିବାହ ପରେ ନାବାଳିକା କୁ ପ୍ରତାରଣା, ଅଭିଯୁକ୍ତ ଗିରଫ


ଜୟପୁର, ୯ ଅକ୍ଟୋବର (ହି.ସ.)- ବିବାହ ପରେ ନାବାଳିକାକୁ ପ୍ରତାରଣା କରିଥିବା ନେଇ ଜୟପୁର ମହିଳା ଥାନାରେ ଅଭିଯୋଗ ହୋଇଛି l ପ୍ରେମ ବିବାହ ପରେ ଅସୁସ୍ଥତା ଯୋଗୁଁ ନାବାଳିକା ପତ୍ନୀ ନିଜର ଦୃଷ୍ଟିଶକ୍ତି ହରାଇ ବସିବାରୁ ଶାଶୁ ଘର ଲୋକ ଗ୍ରହଣ ନକରିବା ଅଭିଯୋଗରେ ମହିଳା ଥାନା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ଜଣକ ହେଲେ କୋଟପାଡ଼ ଥାନା ଅନ୍ତର୍ଗତ ବେଲଗାଁର ଧନସାଇ ମାଝୀ(୨୪)।

ସୂଚନା ଅନୁସାରେ, ଅଭିଯୁକ୍ତ ଧନସାଇ ଜଣେ ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ରଖି ତାଙ୍କୁ ବିବାହ କରିଥିଲେ। ପରବର୍ତ୍ତୀ ସମୟରେ ଉଭୟଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ତେବେ ପ୍ରସବ ପରେ ଉକ୍ତ ଯୁବତୀ ଜଣକ ବାପଘରେ ଥିବା ସମୟରେ କୌଣସି କାରଣରୁ ଯୁବତୀ ନିଜର ଦୃଷ୍ଟିଶକ୍ତି ହରାଇ ବସିଥିଲେ। ଝିଅଟି ଅନ୍ଧ ହୋଇଯିବା ପରେ ଶାଶୂଘର ଲୋକେ ତାଙ୍କୁ ଘରକୁ ନେବାକୁ ସିଧାସଳଖ ମନା କରିଦେଇଥିଲେ। ଅଭିଯୁକ୍ତ ଓ ତାଙ୍କ ପରିବାର ଲୋକେ ଝିଅଟିକୁ ଗ୍ରହଣ ନକରିବାରୁ ପୀଡ଼ିତାଙ୍କ ପରିବାର ପକ୍ଷରୁ ମହିଳା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଉକ୍ତ ଅଭିଯୋଗ ଆଧାରରେ ପୋଲିସ କେଶ୍ ନଂ ୫୦/୨୬ରେ ପକ୍ସୋ ଆକ୍ଟରେ ଏକ ମାମଲା ରୁଜୁ କରାଯାଇଥିଲା। ଗୁରୁବାର ପୋଲିସ ଅଭିଯୁକ୍ତ ଧନସାଇ ମାଝୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ମହିଳା ଥାନା ଭାରପ୍ରାପ୍ତ ଅଧିକାରୀ ନିର୍ମଳା ଲିମା ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande