
ଭୁବନେଶ୍ୱର , ୦୯ ଅକ୍ଟୋବର (ହି.ସ.) - ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତ ୨ ଦିନିଆ ଓଡିଶା ଗସ୍ତରେ ଆସି ଆସନ୍ତାକାଲି (ଶନିବାର) ଅପରାହ୍ନ ୪ ଘଟିକା ସମୟରେ ସମ୍ବଲପୁରରେ ପହଁଚିବେ । ସେ ଦୁଇ ଦିନିଆ ଓଡିଶା ପ୍ରବାସ ସାରି ଅକ୍ଟୋବର ୧୧ ତାରିଖ ଦିନ ସଂଧ୍ୟାରେ ଓଡିଶାରୁ ପ୍ରତ୍ୟାବର୍ତନ କରିବେ ବୋଲି ସଂଘର ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି ।
ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି ଯେ, ୧୦ ତାରିଖ ସନ୍ଧ୍ୟା ୬:୦୦ ରୁ ୮:୦୦ ଘଟିକା ପର୍ଯ୍ୟନ୍ତ ସମ୍ବଲପୁରର ଜି.ଏମ୍. ବିଶ୍ୱବିଦ୍ୟାଳୟ ଅଡିଟୋରିୟମ ପରିସରରେ ଏକ ସ୍ୱୟଂସେବକ ଏକତ୍ରୀକରଣ କାର୍ଯ୍ୟକ୍ରମରେ ସେ ଉପସ୍ଥିତ ରହିବେ । ୧୧ ତାରିଖ ଦିନ ସମ୍ବଲପୁରଠାରେ ଓଡ଼ିଶା ପୂର୍ବ ଓ ପଶ୍ଚିମ ପ୍ରାନ୍ତର କାର୍ଯ୍ୟକର୍ତାମାନଙ୍କୁ ନେଇ ଏକ ସାଂଗଠନିକ ବୈଠକରେ ଶତାବ୍ଦୀବର୍ଷର କାର୍ଯ୍ୟର ସମୀକ୍ଷା କରିବେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା