କେନ୍ଦ୍ରାପଡା ଜିଲ୍ଲାରେ ମାତୃ ଓ ଶିଶୁ ସ୍ଵାସ୍ଥ୍ୟ ସପ୍ତାହ ପାଳିତ
କେନ୍ଦ୍ରାପଡ଼ା, ୯ ଅକ୍ଟୋବର (ହି.ସ.)- ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ୧ରୁ ୭ ଅକ୍ଟୋବରକୁ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସପ୍ତାହ ଭାବେ ପାଳନ କରିବା ପାଇଁ ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବ ଶ୍ରୀମତୀ ଅନୁ ଗର୍ଗ, ଆଇ.ଏ.ଏସ. ଙ୍କ ନିର୍ଦ୍ଦେଶ ସହିତ କମିଶନର ତଥା
କେନ୍ଦ୍ରାପଡା ଜିଲ୍ଲାରେ ମାତୃ ଓ  ଶିଶୁ ସ୍ୱାସ୍ଥ୍ୟ ସପ୍ତାହ ପାଳିତ:


କେନ୍ଦ୍ରାପଡ଼ା, ୯ ଅକ୍ଟୋବର (ହି.ସ.)- ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ୧ରୁ ୭ ଅକ୍ଟୋବରକୁ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସପ୍ତାହ ଭାବେ ପାଳନ କରିବା ପାଇଁ ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବ ଶ୍ରୀମତୀ ଅନୁ ଗର୍ଗ, ଆଇ.ଏ.ଏସ. ଙ୍କ ନିର୍ଦ୍ଦେଶ ସହିତ କମିଶନର ତଥା ସ୍ବାସ୍ଥ୍ୟ ସଚିବ ଶ୍ରୀମତୀ ଅସ୍ଵତୀ. ଏସ, ଭା. ପ୍ର. ସେ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କ ଚିଠି ଅନୁସାରେ କେନ୍ଦ୍ରାପଡା ଜିଲ୍ଲାରେ ଜିଲ୍ଲାପାଳ ରଘୁରାମ.ଆର୍. ଆୟର, ଭା. ପ୍ର. ସେ.ଙ୍କ ଚିଠି ମାଧ୍ୟମରେ ଏହି ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସପ୍ତାହ ପାଳନ କରାଯାଇଥିଲା।

ଏଥିରେ ଅକ୍ଟୋବର ମାସରେ ସମ୍ଭାବ୍ୟ ପ୍ରସବ ତାରିଖ ଥିବା ଗର୍ଭବତୀ ମହିଳା ୮୭୮ ଓ ସେମାନଙ୍କ ମଧ୍ୟରୁ ୩୩୮ ଜଣ ବିପଦ ସଙ୍କୁଳ ଗର୍ଭବତୀ ( ୩୮.୫ ପ୍ରତିଶତ) ଏବଂ ସେପ୍ଟେମ୍ବର ମାସରେ ପ୍ରସୂତୀ ମାଆ ୧୪୯୫ ଜଣଙ୍କୁ ଗୃହ ପରିଦର୍ଶନ କରି ସେମାନଙ୍କର ସ୍ବାସ୍ଥ୍ୟ ପରିସ୍ଥିତିକୁ ସମୀକ୍ଷା ଓ ଡି କେ ଟୁଲକୀଟ ମାଧ୍ୟମରେ ଗୃହ ପରିଦର୍ଶନ କରି ଉଭୟ ମାଆ ଓ ଶିଶୁ ସୁରକ୍ଷା ଓ ବିପଦ ଲକ୍ଷଣ ଚିହ୍ନଟ କରାଯାଇ ସେମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା। ଏହି ସପ୍ତାହରେ ଅତିଶୟ ବିପଦପୂର୍ଣ୍ଣ ମାଆ ଯେଉଁ ମାନଙ୍କ ହିମୋଗ୍ଲୋବିନ୍ ସ୍ତର ୭ ଗ୍ରାମ ରୁ କମ୍ ଏପରିକି ୪ ଗ୍ରାମ୍ ରୁ ବି କମ୍ ସେମାନଙ୍କୁ କେନ୍ଦ୍ରାପଡା ପୁରୁଣା ମେଡିକାଲ ସ୍ଥିତ ବ୍ଲଡ ବ୍ୟାଙ୍କ୍ ରୁ ୨୨ ଜଣଙ୍କୁ ରକ୍ତ ପ୍ରଦାନ କରାଯାଇଥିଲା ( ଏ + ଗ୍ରୁପ୍ -୪, ବି + ଗ୍ରୁପ୍ -୯, ଏ ବି + ଗ୍ରୁପ୍ - ୩, ଓ + ଗ୍ରୁପ୍ - ୪ ଏବଂ ଓ - ଗ୍ରୁପ୍ - ୨)।

ଏହି କାର୍ଯ୍ୟକ୍ରମକୁ ଗୋଷ୍ଠୀ ସ୍ତରରେ ବହୁମୁଖୀ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ, ସୁପରଭାଇଜରମାନେ ଘରକୁ ଘର ଯାଇ ଗର୍ଭବତୀ, ପ୍ରସୂତୀ, ନବଜାତ ମାନଙ୍କର ସ୍ବାସ୍ଥ୍ୟ ସମୀକ୍ଷା କରିଥିଲେ। ଉଭୟ ଜିଲ୍ଲା ଓ ବ୍ଲକ୍ ସ୍ତରରୁ ଅଧିକାରୀମାନେ ତଦାରଖ କରିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ କିଭଳି ଭାବେ ମାତୃ ମୃତ୍ୟୁ ଓ ଶିଶୁ ମୃତ୍ୟୁକୁ ନିୟନ୍ତ୍ରଣ କରିବା। ତଦାରଖକାରୀ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ନମିତା ପଟ୍ଟନାୟକ, ଏ.ଡି.ଏମ୍.ଓ. ମେଡିକାଲ, ଡାକ୍ତର କିଶୋର ଚନ୍ଦ୍ର ମିଶ୍ର, ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଗୌରାଙ୍ଗ ଚରଣ ଗିରି, ସମସ୍ତ ଅତିରିକ୍ତ ଜନ ସ୍ବାସ୍ଥ୍ୟ ଅଧିକାରୀ - ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର, ଡାକ୍ତର ଶ୍ୟାମ ସୁନ୍ଦର ଟୁଡୁ, ଡାକ୍ତର ପ୍ରଦୀପ କୁମାର ଦାସଙ୍କ ସମେତ ମେଡିକାଲ ଅଫିସର୍ ଇନଚାର୍ଜ ପଟ୍ଟାମୁଣ୍ଡାଇ, ଡାକ୍ତର ନିରାକାର ପରିଡ଼ା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପାଟକୁରା ଡାକ୍ତର ନିରଞ୍ଜନ କର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମେଡିକାଲ ଇନଚାର୍ଜ ରଶ୍ମି ରଞ୍ଜନ ମହାନ୍ତି ପ୍ରମୁଖ ନିଜ ବ୍ଲକ୍ ଛଡ଼ା ଅନ୍ୟ ବ୍ଲକ୍ ର କାମକୁ ନୋଡାଲ ଅଫିସର ଭାବେ କରିଥିଲେ। ସେହିପରି ଡି ପି ଏମ୍, ଡା. ମନୋରଂଜନ ସାହୁ, ଡେପୁଟୀ ମ୍ୟାନେଜର ଡା. ସୁକାନ୍ତ କୁମାର ପ୍ରଧାନ, ଏପିଡେମୀଓଲୋଜିଷ୍ଟ ଡାକ୍ତର ଅଶୋକ କୁମାର ସାହୁ, ଜିଲ୍ଲା ଡାଟା ମ୍ୟାନେଜର ଜ୍ୟୋତି ରଞ୍ଜନ ପରିଡ଼ା, ଜିଲ୍ଲା ଜନ ସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶୁଭ ନାରାୟଣ ନାୟକ, ସହକାରୀ ପରିଚାଳକ ଶ୍ୟାମ ସୁନ୍ଦର ବିଶ୍ୱାଳ, ବିଶ୍ୱ ରଞ୍ଜନ ଦାସ, ନୃସିଂହ ଚରଣ ଭୂୟାଁ, ମମତା ଦାଶ, ଭି ବି ଡି କନ୍ସଲଟାଣ୍ଟ ବିରାଟ ରାଜା ପଧାନଙ୍କ ସମେତ ଅନ୍ୟ ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ମେଡିକାଲ ଅଫିସର୍ ଇନଚାର୍ଜ ମାନଙ୍କ ସହିତ ସେକ୍ଟର ଏମ୍ ଓ, ବି ପି ଏମ୍,ବି ଡି ଏମ୍, ପି ଏ ଚ ଇ ଓ ପ୍ରଭୃତି ଗୃହ ପରିଦର୍ଶନ କରିଥିଲେ। ଆଶା କରାଯାଉଛି ଏହିପରି ଲଗାତାର ଭାବରେ ବିପଦସଙ୍କୁଳ ଗର୍ଭବତୀ ମାନଙ୍କ ପାଇଁ ଅଧିକ ଯତ୍ନ ସହିତ ସେବା ଯୋଗାଇଲେ ମାତୃ ମୃତ୍ୟୁ ଓ ଶିଶୁ ମୃତ୍ୟୁ ଚଳିତ ବର୍ଷ କମିବ ବୋଲି ବିଶେଷ ଆଶା କରାଯାଉଛି। ବ୍ଲଡ ବ୍ୟାଙ୍କରେ ଡାକ୍ତର ମାନସ କୁମାର ଜେନା, ଦୀପକ କୁମାର ବିଶ୍ୱାଳ ଏବଂ ରାକେଶ କୁମାର ମିଶ୍ର ସହଯୋଗିତା କରୁଛନ୍ତି। କାର୍ଯ୍ୟକ୍ରମକୁ ପ୍ରଶାସନିକ ଅଧିକାରୀ ଦିଲୀପ କୁମାର ନାୟକ ସହଯୋଗ କରୁଛନ୍ତି।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande