
ଭୁବନେଶ୍ୱର, ୦୯ ଅକ୍ଟୋବର (ହି.ସ.)- ପୁରୀର ବିକାଶ ପାଇଁ ଅବଢ଼ା ଭଳି ଆଉ ଏକ ଯୋଜନା କରାଯିବ ବୋଲି ଘୋଷଣା କରିଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।ସେ କହିଛନ୍ତି ଯେ ପୁରୀର ବିକାଶ, ଜଗନ୍ନାଥ ସଂସ୍କୃତିର ପ୍ରସାର, ମନ୍ଦିରର ଉନ୍ନତି ପାଇଁ ଏକ ଯୋଜନା ହେବ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏହାଦ୍ୱାରା ପୁରୀର ବିକାଶ ହେବ ଏବଂ ଅଧିକରୁ ଅଧିକ ଶ୍ରଦ୍ଧାଳୁଙ୍କ ଆଗମନ ହେବ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା