ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା : ମୟୂରଭଞ୍ଜ ଜିଲ୍ଲାର ଯାମଦାରେ ସର୍ବାଧିକ ୫୨.୦ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର, ୯ ଅକ୍ଟୋବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ମୟୂରଭଞ୍ଜ ଜିଲ୍ଲାର ଯାମଦାରେ ସର୍ବାଧିକ ୫୨.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ମୟୂରଭଞ୍ଜ ଜିଲ୍ଲାର ଶାମାଖୁଂଟାରେ ୩୬.୩ ମି.ମି., ବିଜାତଳାରେ ୩୫.୦ ମି.ମି., ବେତ
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା : ମୟୂରଭଞ୍ଜ ଜିଲ୍ଲାର ଯାମଦାରେ ସର୍ବାଧିକ ୫୨.୦ ମି.ମି. ବର୍ଷା ରେକର୍ଡ଼


ଭୁବନେଶ୍ୱର, ୯ ଅକ୍ଟୋବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ମୟୂରଭଞ୍ଜ ଜିଲ୍ଲାର ଯାମଦାରେ ସର୍ବାଧିକ ୫୨.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି ମୟୂରଭଞ୍ଜ ଜିଲ୍ଲାର ଶାମାଖୁଂଟାରେ ୩୬.୩ ମି.ମି., ବିଜାତଳାରେ ୩୫.୦ ମି.ମି., ବେତନଟିରେ ୩୪.୦ ମି.ମି., ବାଲେଶ୍ୱର ଜିଲ୍ଲାର ଔପଦାରେ ୨୪.୦ ମି.ମି., ଖୋର୍ଦ୍ଧା ଜିଲ୍ଲାର ବାଣପୁରରେ ୨୩.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ମୋରଡ଼ାରେ ୨୨.୩ ମି.ମି., ବାଲେଶ୍ୱର ଜିଲ୍ଲାର ଜଇପୁରରେ ୨୦.୬, କେନ୍ଦୁଝର ଜିଲ୍ଲାର ଘସିପୁରାରେ ୨୦.୧ ମି.ମି., ବାଲେଶ୍ୱର ଜିଲ୍ଲାର ରେମୁଣାରେ ୧୯.୦ ମି.ମି., ନିଳଗିରିରେ ୧୮.୦ ମି.ମି., କେନ୍ଦୁଝର ଜିଲ୍ଲାର ଆନନ୍ଦପୁରରେ ୧୬.୨ ମି.ମି. ଏବଂ ବାଲେଶ୍ୱର ଜିଲ୍ଲାର ଖଇରାରେ ୧୬.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande