
ଭୁବନେଶ୍ୱର, ୦୯ ଅକ୍ଟୋବର (ହି.ସ.)- ଓଡ଼ିଶା ସୂଚନା ସେବା (ଓଆଇଏସ୍) ଅଧିକାରୀମାନଙ୍କ ରାଜ୍ୟସ୍ତରୀୟ ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ, ସ୍ୱଚ୍ଛ ଓ ଲୋକାଭିମୁଖୀ କରିବା ପାଇଁ ସୋସିଆଲ ମିଡିଆ ଏବଂ ଏଆଇ ପ୍ରଯୁକ୍ତିର ସର୍ବାଧିକ ଉପଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ ସରକାରୀ ବିଜ୍ଞାପନ ବ୍ୟବସ୍ଥାରେ ଶତପ୍ରତିଶତ ପାରଦର୍ଶିତା ଆଣିବା ଲକ୍ଷ୍ୟରେ ଇ-ସଂଚାର' ଆପ୍ ର ଶୁଭାରମ୍ଭ କରାଯାଇଛି ।
ମୁଖ୍ୟମନ୍ତ୍ରୀ ସମୃଦ୍ଧ ଓଡ଼ିଶା - ୨୦୩୬' ଓ ବିକଶିତ ଭାରତ - ୨୦୪୭'ର ସଂକଳ୍ପକୁ ସାକାର କରିବା ପାଇଁ ପ୍ରତ୍ୟେକଟି ଜନକଲ୍ୟାଣକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତରର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଂଚାଇ ସୁଶାସନର ମୂଳ ଲକ୍ଷ୍ୟ ଚରିତାର୍ଥ କରିବା ଉପରେ ଅଧିକ ଗୁରୁତ୍ୱ ଦେବାକୁ ଅଧିକାରୀମାନଙ୍କୁ ଆହ୍ୱାନ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା