ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଆଂଚଳିକ ନିବେଶକ ସଚେତନତା ଓ ସଶକ୍ତୀକରଣ ସେମିନାର ଅନୁଷ୍ଠିତ
ବଲାଙ୍ଗୀର, ୦୯ ଅକ୍ଟୋବର(ହି.ସ.) – ନିବେଶକମାନଙ୍କ ମଧ୍ୟରେ ଆର୍ôଥକ ସାକ୍ଷରତା ବୃଦ୍ଧି, ସଚେତନ ନିବେଶ ଅଭ୍ୟାସର ପ୍ରସାର ଏବଂ ନିବେଶକଙ୍କ ସ୍ୱାର୍ଥ ସୁରକ୍ଷା ଉଦ୍ଦେଶ୍ୟରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗୀରରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ଏବଂ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡ
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଆଞ୍ଚଳିକ ନିବେଶକ ସଚେତନତା ଓ ସଶକ୍ତୀକରଣ ସେମିନାର


ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଆଞ୍ଚଳିକ ନିବେଶକ ସଚେତନତା ଓ ସଶକ୍ତୀକରଣ ସେମିନାର


ବଲାଙ୍ଗୀର, ୦୯ ଅକ୍ଟୋବର(ହି.ସ.) – ନିବେଶକମାନଙ୍କ ମଧ୍ୟରେ ଆର୍ôଥକ ସାକ୍ଷରତା ବୃଦ୍ଧି, ସଚେତନ ନିବେଶ ଅଭ୍ୟାସର ପ୍ରସାର ଏବଂ ନିବେଶକଙ୍କ ସ୍ୱାର୍ଥ ସୁରକ୍ଷା ଉଦ୍ଦେଶ୍ୟରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗୀରରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ଏବଂ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆର ମିଳିତ ସହଯୋଗରେ ଏକ ଆଂଚଳିକ ନିବେଶକ ସଚେତନତା ଓ ସଶକ୍ତୀକରଣ ସେମିନାର ଅନୁଷ୍ଠିତ ହୋଇଯାଇଛି।

ବିଶ୍ୱବିଦ୍ୟାଳୟର ନୂତନ ଶିକ୍ଷା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅପରାହ୍ଣ ୨ଟା ୩୦ରୁ ୫ଟା ପର୍ଯ୍ୟନ୍ତ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ବିଭୂତି ଭୂଷଣ ମଲ୍ଲିକ ଅଧ୍ୟକ୍ଷତା କରିଥିଲେ। ଏଥିରେ ବାଣିଜ୍ୟ ବିଭାଗର ମୁଖ୍ୟ ଡ. କୌଶଲ୍ୟା କିଷାନଙ୍କ ସମେତ ବିଭାଗର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଲିମିଟେଡ୍ର ଉପପ୍ରବନ୍ଧକ ଶ୍ରୀ ପ୍ରଦୀପ୍ତ ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପ୍ରତିଭୂତି ବଜାର, ନିବେଶ ପ୍ରକ୍ରିୟା ଓ ନିବେଶକଙ୍କ ସୁରକ୍ଷା ସମ୍ପର୍କରେ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ।

ସେମିନାରରେ ଝଋଈଓ ଓ ଷ୍ଟକ୍ ଏକ୍ସଚେଞ୍ଜର ଭୂମିକା, ପ୍ରତିଭୂତି ବଜାରର କାର୍ଯ୍ୟପ୍ରଣାଳୀ, ଡିମାଟ୍ ଆକାଉଣ୍ଟ, ସେୟାର କିଣାବିକା ପ୍ରକ୍ରିୟା ଏବଂ ପଞ୍ଜୀକୃତ ମଧ୍ୟସ୍ଥିଙ୍କ ମାଧ୍ୟମରେ ନିବେଶ କରିବାର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଥିଲା। ଏଥିସହ ନିବେଶରେ ଥିବା ବିପଦ, ଠକେଇପୂର୍ଣ୍ଣ ଯୋଜନା ଏବଂ କୌଣସି ଆର୍ôଥକ ନିଷ୍ପତି ନେବା ପୂର୍ବରୁ ତଥ୍ୟର ସତ୍ୟତା ଯାଂଚ କରିବା ସମ୍ପର୍କରେ ଅଂଶଗ୍ରହଣକାରୀମାନଙ୍କୁ ସଚେତନ କରାଯାଇଥିଲା।

ନିବେଶରେ ବିପଦ ଓ ଲାଭର ସମ୍ପର୍କ ବୁଝିବା, ସୁସ୍ଥ ଆର୍ôଥକ ଅଭ୍ୟାସ ଗଢ଼ିତୋଳିବା ଏବଂ ଅଳ୍ପ ସମୟରେ ଅଧିକ ଲାଭ ଦେବାର ଅବାସ୍ତବ ପ୍ରତିଶ୍ରୁତିରୁ ଦୂରେଇ ରହିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏହା ସହିତ ନିବେଶକଙ୍କ ଅଭିଯୋଗର ସମାଧାନ ବ୍ୟବସ୍ଥା ଏବଂ ନିୟାମକ ସଂସ୍ଥା ପକ୍ଷରୁ ପ୍ରଦତ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।

ଏହି ସେମିନାର ଅଂଶଗ୍ରହଣକାରୀଙ୍କୁ ଆର୍ôଥକ ବଜାର ସମ୍ପର୍କରେ ଜ୍ଞାନ ଓ ବ୍ୟବହାରିକ ମାର୍ଗଦର୍ଶନ ପ୍ରଦାନ କରିବା ସହ ଦାୟିତ୍ୱପୂର୍ଣ୍ଣ ନିବେଶ ଓ ସଚେତନ ଆର୍ôଥକ ନିଷ୍ପତି ଗ୍ରହଣ ପାଇଁ ପ୍ରେରଣା ଯୋଗାଇଥିଲା। ଏଭଳି କାର୍ଯ୍ୟକ୍ରମ ଏକ ସଚେତନ, ଆତ୍ମବିଶ୍ୱାସୀ ଓ ଆର୍ôଥକ ଭାବେ ସଶକ୍ତ ସମାଜ ଗଠନରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା। ଶେଷରେ ଶ୍ରୀ ଓମ୍ ପ୍ରକାଶ ପୂଜାହାରୀ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande