ସେବା ସଂକଳ୍ପ ଅଭିଯାନ ୨୦୨୬; ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର
Seva-Sankalp-Campaign-JHS
ସେବା ସଂକଳ୍ପ ଅଭିଯାନ ୨୦୨୬; ଆର୍ଥିକ ସାକ୍ଷରତା ଓ


ଝାରସୁଗୁଡା, ୯ ଅକ୍ଟୋବର (ହି.ସ.)- ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ଆନୁକୁଲ୍ୟରେ ସେବା ସଂକଳ୍ପ ଅଭିଯାନ ୨୦୨୬ ପାଳନ ଉପଲକ୍ଷେ ଆଜି ସାଲେଗ୍ରାମ ସାକୁନିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତାଳପଟିଆର ସମ୍ମିଳନ କକ୍ଷରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତି କରଣ ନିମନ୍ତେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି | କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶିକ୍ଷକ ସ୍ଵାଧୀନ ପଟେଲ ସ୍ଵାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ସୁମନା ପଣ୍ଡା ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଏକ ସଂକ୍ଷିପ୍ତ ବିବରଣୀ ଉପସ୍ଥାପନ କରିଥିଲେ | ଝାରସୁଗୁଡା ମୁଖ୍ୟ ଡାକଘରର ପୋଷ୍ଟମାଷ୍ଟର ପ୍ରତାପ ଚନ୍ଦ୍ର ଭୋଇ ଭାରତ ସରକାରଙ୍କର ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନା ଉପରେ ଆଲୋକପାତ କରିଥିଲେ । ଝାରସୁଗୁଡା ମୁଖ୍ୟ ଡାକଘରର ବ୍ୟବସାୟ କାର୍ଯ୍ୟନିର୍ବାହୀ ଅମରେନ୍ଦ୍ର ପଲେଇ ଭାରତ ସରକାରଙ୍କ ବିଭିନ୍ନ ବୀମା ଏବଂ ପେନସନ ଯୋଜନା ବାବଦରେ ଆଲୋଚନା କରିଥିଲେ । ଆର୍ଥିକ ସାକ୍ଷରତା ପରାମର୍ଶଦାତା କୃଷ୍ଣଚନ୍ଦ୍ର ନାୟକ ଚିଟ ଫଣ୍ଡର ଅପକାରିତା ଓ ବ୍ୟାଙ୍କର ବିଭିନ୍ନ ଜମା ଯୋଜନା, ବୀମା ଯୋଜନା ଏବଂ ଋଣ ଯୋଜନା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ ।

ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ଶାଖା ପରିଚାଳକ ପ୍ରଦ୍ୟୁମ୍ନ ପାଣିଗ୍ରାହୀ ସାଇବର ଅପରାଧର ନିରାକରଣ, ସଞ୍ଚୟ ଏବଂ ବୀମାର ଗୁରୁତ୍ଵ ଉପରେ ଆଲୋଚନା କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ରାଜକୁମାର ପଟେଲ ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସାକ୍ଷରତାର କାର୍ଯ୍ୟକ୍ରମରେ ହୋଇଥିବା ଆଲୋଚନାକୁ ଗୁରୁତ୍ଵ ଦେବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ସୁମନା ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗର କର୍ମଚାରୀ ହେମକାନ୍ତ ବାଗ, ଜଗନ୍ନାଥ ରାଉତ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର କର୍ମଚାରୀ ରବୀନ୍ଦ୍ର ନିଆଲ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande