

କନ୍ଧମାଳ, ୦୯ ଅକ୍ଟୋବର(ହି.ସ.) – କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ପକ୍ଷରୁ ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ଫୁଲବାଣୀ ସଂସ୍କୃତି ଭବନ ଠାରେ ଆୟୋଜିତ ଏହି ସ୍ୱେଛାକୃତ ରକ୍ତଦାନ ଶିବିର, ଜିଲ୍ଲା ଭାଜପାର ଯୁବ ନେତା ଅନୀଲ କୁମାର ପ୍ରଧାନଙ୍କ ଆୟୋଜନରେ ଏବଂ ଶଶିଭୂଷଣ ପ୍ରଧାନ ଓ ଅନ୍ୟ ଯୁବ ନେତୃବୃନ୍ଦମାନଙ୍କ ପରିଚାଳନାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସମୁଦାୟ ଦୁଇଶହ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ନେଇ ରକ୍ତ ଭଣ୍ଡାର ସୂତ୍ରରୁ ଜଣାପଡ଼ିଛି। ଶିବିରରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରାୟ ଶତାଧିକ ଯୁବକ ଓ ଯୁବତୀ ତଥା ଫୁଲବାଣୀ ଆଇଟିଆଇ,ବିଇଡି କଲେଜ, ଫୁଲବାଣୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ ଆଦି ଅନୁଷ୍ଠାନମାନଙ୍କରୁ ଛାତ୍ରଛାତ୍ରୀମାନେ ନିଜ ନିଜର ରକ୍ତଦାନ କରିଥିଲେ। ଫୁଲବାଣୀ ବିଧାୟକ ଶ୍ରୀ ଉମାଚରଣ ମଲ୍ଲିକ, ଭାରତୀୟ ଜନତା ପାର୍ଟି ରାଜ୍ୟ ସମ୍ପାଦକ ଶ୍ରୀ ଭଗବାନ ମହାନ୍ତି, କନ୍ଧମାଳ ଜିଲ୍ଲା ସଭାପତି ଶ୍ରୀ ପଣ୍ଡିତ ବିଶିମାଝୀ, ସ୍ୱତନ୍ତ୍ର ଉନ୍ନୟନ ଅଧ୍ୟକ୍ଷ ଶ୍ରୀ ମାନଗୋବିନ୍ଦ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ରକ୍ତଦାନକାରୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ। ଶିବିରର ଫୁଲବାଣୀ ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ଜୟଦୀପ ଘୋଷଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଡା. ସମୀର ଷଡ଼ଙ୍ଗୀ ଏବଂ କର୍ମଚାରୀ ଆରତି କହଁର, ଅର୍ଚ୍ଚନା ପ୍ରଧାନ, ଆରାଧନା ସାହୁ, ରଶ୍ମିତା ନାୟକ, ଦୀନକୃଷ୍ଣ ମହନ୍ତ, ସାକେତରାନୀ ନାୟକ, ପ୍ରଶାନ୍ତ କୁମାର ରତ୍ନାଲୁ, ସଞ୍ଜୁକ୍ତା ଦଳଛତ୍ର, ବରୁଣ ବେହେରା ଏବଂ ସ୍ୱେଛାସେବୀ ମନୋଜ ଚୌଧୁରୀ ଓ ଅନୁପ ପାତ୍ର ପ୍ରମୁଖ ଶିବିରରେ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ