ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟ ପରିସରରେ ଉତ୍ତେଜନା, ବ୍ୟାପକ ପୋଲିସ ଫୋର୍ସ ମୁତୟନ
ପଟ୍ଟାମୁଣ୍ଡାଇ, ୯ ଅକ୍ଟୋବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ବ୍ଲକରେ ଆୟୋଜିତ ହେବାକୁ ଥିବା ‘ସେବା ସଂକଳ୍ପ’ କାର୍ଯ୍ୟକ୍ରମକୁ ବିରୋଧ କରି ସରପଞ୍ଚ ସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି। ସଂଘର କର୍ମକର୍
ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟ ପରିସରରେ ଉତ୍ତେଜନା, ବ୍ୟାପକ ପୋଲିସ ଫୋର୍ସ ମୁତୟନ


ପଟ୍ଟାମୁଣ୍ଡାଇ, ୯ ଅକ୍ଟୋବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ବ୍ଲକରେ ଆୟୋଜିତ ହେବାକୁ ଥିବା ‘ସେବା ସଂକଳ୍ପ’ କାର୍ଯ୍ୟକ୍ରମକୁ ବିରୋଧ କରି ସରପଞ୍ଚ ସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି। ସଂଘର କର୍ମକର୍ତ୍ତାମାନେ ବ୍ଲକର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ‘ସେବା ସଂକଳ୍ପ’ କାର୍ଯ୍ୟକ୍ରମକୁ ଅସନ୍ତୋଷ ପ୍ରକାଶ କରି ସରପଞ୍ଚ ସଂଘ ଏହାକୁ ସମ୍ପୂର୍ଣ୍ଣ ବର୍ଜନ କରିବା ସହ ଆନ୍ଦୋଳନକୁ ଓହ୍ଲାଇଛି। ଆଜିର କାର୍ଯ୍ୟକ୍ରମ ବିଷୟରେ କୌଣସି ସୂଚନା ନ ଦେବା ହେତୁ ଆନ୍ଦୋଳନକାରୀ ସରପଞ୍ଚମାନେ ବ୍ଲକ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ମାରି ଦେବାରୁ କାର୍ଯ୍ୟାଳୟର ସାଧାରଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ବାହିନୀ ପହଞ୍ଚି ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ଚେଷ୍ଟା ଚଳାଇଛନ୍ତି। ପରିସ୍ଥିତିକୁ ନଜରରେ ରଖି ବ୍ଲକ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande