
କେନ୍ଦୁଝର, ୦୯ ଅକ୍ଟୋବର (ହି.ସ.) - ଆଜି କେନ୍ଦୁଝର ଜିଲ୍ଲା ବଡବିଲ ଥାନା ଅନ୍ତର୍ଗତ ଭୁସୁଗାଁ ରେ ଆଠ ବର୍ଷ ର ନାବାଳିକାକୁ ଦୁଷ୍କର୍ମ ମାମଲାରେ ଆରୋପି ସୁନିଆ ଚାମ୍ପିଆ କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି ଜିଲ୍ଲା ପୋକ୍ସୋ କୋର୍ଟ। ଏହା ସହ ନାବାଳିକାକୁ ଅନୁକମ୍ପା ମୂଳକ ସହାୟତା ଦଶ ଲକ୍ଷ ଟଙ୍କା ପ୍ରଦାନ୍ କଲେ ଜିଲ୍ଲା ପୋକ୍ସୋ କୋର୍ଟ।
ପ୍ରକାଶ ଯେ ଏପ୍ରିଲ ତିନି ତାରିଖ ୨୦୨୨ ମସିହା ରେ ନାବାଳିକା ତାରା ପରିବାର ସହ ବଡବିଲ ଥାନା ଅନ୍ତର୍ଗତ ଭୁସୁଗାଁ କୁ ବୁଲିବାକୁ ଯାଇଥିଲେ। ଦିନ ସମୟରେ ଆଠ ବର୍ଷର ନାବାଳିକା ବାହାରେ ଖେଳୁଥିବା ସମୟରେ ସନିଆ ତାକୁ ଉଠାଇ ନିକଟସ୍ଥ ଜଙ୍ଗଲ କୁ ନେଇ ଦୁଷ୍କର୍ମ କରିଥିଲା। ଘର ଲୋକେ ଖୋଜା ଖୋଜି କରୁଥିବା ବେଳେ ରାତି ଆଣି ନାବାଳିକା କି ସନିଆ ଘର ପାଖରେ ଛାଡ଼ି ଦେଇଥିଲା। ନାବାଳିକା କୁ ଦୁଷ୍କର୍ମ ହୋଇଥିବା ଜାଣି ଘର ଲୋକେ ବଡବିଲ ଥାନାରେ ଏତଲା ଦେଇଥିଲେ। କେସ ନଂ ୬୧/୨୦୨୨/୩୬୬/୩୭୬ଏବି ୬ ପୋକ୍ସୋ ରେ ପୋଲିସ ସନିଆ କୁ ଜେଲ୍ ପଠାଇ ଥିଲା ପୋଲିସ। ୧୩ ଜଣ ସାକ୍ଷୀଙ୍କ ବୟାନ କୁ ଭିତି କରି ଆଜି ମାନ୍ୟବର ଜିଲ୍ଲା ପୋକ୍ସୋ କୋର୍ଟ ଜଜ୍ ମୋନାଲିସା ମହାନ୍ତି ବିଚାର କରି ଆରୋପି ସୁନିଆ ଚାମ୍ପିଆ କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିବା ସହ ନାବାଳିକାକୁ ଅନୁକମ୍ପା ମୂଳକ ସହାୟତା ଦଶ ଲକ୍ଷ ଟଙ୍କା ପ୍ରଦାନ୍ କରିଛନ୍ତି। ଏହି କେସ କୁ ସରକାରି ଓକିଲ ସଞ୍ଜୟ ପାଇକରାୟ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA