
ରାଉରକେଲା, ୯ ଅକ୍ଟୋବର (ହି.ସ.)- ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ମୃତିକା ସଂରକ୍ଷଣ ବିଭାଗର ଉପ ନିର୍ଦ୍ଦେଶକ ପ୍ରଶନ୍ନ କୁମାର ପାତ୍ରଙ୍କ ସରକାରୀ କାର୍ଯ୍ୟାଳୟ ଓ ବାସଭବନ ସମେତ ଭୁବନେଶ୍ୱର ଓ କଟକରେ ଥିବା ତାଙ୍କର ବିଭିନ୍ନ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇ ଏକ ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲା ରୁଜ୍ଜୁ କରାଯାଇଛି । ଏହି ମାମଲାରେ ବର୍ତମାନ ସୁଦ୍ଧା ଭୁବନେଶ୍ୱର ଓ ଆଖପାଖ ଅଂଚଳରୁ ୫ଟି ଦାମୀ କୋଠାର ସନ୍ଧାନ ଭିଜିଲାନ୍ସକୁ ମିଳିଥିବା ବେଳେ ଭିଜିଲାନ୍ସର ବିଭିନ୍ନ ଟିମ୍ କଟକ ଭୁବନେଶ୍ୱର ଓ ଅନ୍ୟାନ୍ୟ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି । ଏଥିରେ ତାଙ୍କର ବ୍ୟାଙ୍କ ଜମା, ସୁନାଗହଣା, ପ୍ଲଟ୍ ଓ ନଗଦ ଟଙ୍କାକୁ ନେଇ ହିସାବ କରାଯାଉଛି । ଆଜି ସକାଳ ଠାରୁ ଏହି ଚଢ଼ଉ ଆରମ୍ଭ ହୋଇଛି । ଚଢ଼ଉ ଜାରି ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ