
ଭୁବନେଶ୍ୱର, 09 ଅକ୍ଟୋବର (ହି.ସ.)- ମୟୂରଭଞ୍ଜ
ଜିଲ୍ଲା ଉଦଳା ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଏକ ଘରୋଇ ଆମ୍ବୁଲାନ୍ସରେ ଅକ୍ସିଜେନ୍ ସିଲିଣ୍ଡର
ବିସ୍ଫୋରଣ ଘଟି ଅଗ୍ନିକାଣ୍ଡ ହେବା ଖବର ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ
ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।
ସେ ଘଟଣା ସମ୍ପର୍କରେ
ମୟୂରଭଞ୍ଜ ଜିଲ୍ଲାପାଳଙ୍କ ସହ ଫୋନ୍ ଯୋଗେ ଆଲୋଚନା କରି ସ୍ଥିତିର ସମୀକ୍ଷା କରିବା ସହ ଗୁରୁତର
ଆହତମାନଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ
ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ଆହତମାନଙ୍କର ଆଶୁ ଆରୋଗ୍ୟ
କାମନା କରିଛନ୍ତି ମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା