ବିରୋଧୀ ଦଳ ଲୋକଙ୍କୁ ଭ୍ରମିତ କରୁଛନ୍ତି- ବାବୁ ସିଂ
ଭୁବନେଶ୍ୱର, 09 ଅକ୍ଟୋବର (ହି.ସ.)- ନବୀନ ପଟ୍ଟନାୟକଙ୍କ ପଦଯାତ୍ରା ଏବଂ ଏମଏମଡିଆର ପ୍ରସଙ୍ଗକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟରେ ବିରୋଧୀ ଦଳକୁ ଟାର୍ଗେଟ୍ କରିଛନ୍ତି ଏକାମ୍ର ବିଧାୟକ ବାବୁ ସିଂ। ବିଧାନସଭାରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲେ ରାଜ୍ୟର ଲାଭ ଓ କ୍ଷତି
ବିରୋଧୀ ଦଳ ଲୋକଙ୍କୁ     ଭ୍ରମିତ କରୁଛନ୍ତି- ବାବୁ ସିଂ


ଭୁବନେଶ୍ୱର, 09 ଅକ୍ଟୋବର (ହି.ସ.)- ନବୀନ

ପଟ୍ଟନାୟକଙ୍କ ପଦଯାତ୍ରା ଏବଂ ଏମଏମଡିଆର ପ୍ରସଙ୍ଗକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟରେ ବିରୋଧୀ

ଦଳକୁ ଟାର୍ଗେଟ୍ କରିଛନ୍ତି ଏକାମ୍ର ବିଧାୟକ ବାବୁ ସିଂ। ବିଧାନସଭାରେ ଏହି ପ୍ରସଙ୍ଗରେ ଆଲୋଚନା

ହୋଇଥିଲେ ରାଜ୍ୟର ଲାଭ ଓ କ୍ଷତି ସମ୍ପର୍କରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଥାନ୍ତା । ବିରୋଧୀ

ଦଳଙ୍କ ପାଖରେ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବା ଓ ଆଲୋଚନା କରିବାର ସୁଯୋଗ ଥିଲା। କିନ୍ତୁ

ବିଧାନସଭାରେ ଆଲୋଚନା ହୋଇପାରିଲା ନାହିଁ। ଏମଏମଡିଆର ଆଇନ ଅନୁଯାୟୀ ଓଡ଼ିଶାର ଲାଭ ହେଉଛି ନା

କ୍ଷତି, ତାହା ଆଲୋଚନା ଓ ପର୍ଯ୍ୟାଲୋଚନା ମାଧ୍ୟମରେ

ସ୍ପଷ୍ଟ ହୋଇପାରିଥାନ୍ତା। ବିରୋଧୀ ଦଳ ଆଲୋଚନା ନକରି ବିଭିନ୍ନ ଉପାୟରେ ଲୋକଙ୍କୁ ଭ୍ରମିତ

କରିବାକୁ ଉଦ୍ୟମ କରୁଛି। ଏବେ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ସମୟ ରହିଛି। ବିଭିନ୍ନ

ମଞ୍ଚରେ ଏ ନେଇ ବିତର୍କ ହେବା ଆବଶ୍ୟକ । ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏମଏମଡିଆର ପ୍ରସଙ୍ଗରେ

ଓଡ଼ିଶା ଲାଭବାନ ହେଉଛି ନା କ୍ଷତି ସହୁଛି, ତାହା ପ୍ରଥମେ ଆଲୋଚନା

ମାଧ୍ୟମରେ ସ୍ପଷ୍ଟ ହେବା ଦରକାର। ଏହା ପରେ ଜନସାଧାରଣ ନିଜେ ବିଚାର କରିବେ ବୋଲି କହିଛନ୍ତି

ଏକାମ୍ର ବିଧାୟକ ବାବୁ ସିଂ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande