ଏସଆଇଆର ପ୍ରକ୍ରିୟାକୁ ନେଇ ଅଯଥା ରାଜନୈତିକ ବିବାଦ ସୃଷ୍ଟି କରାନଯାଉ- ବାବୁ ସିଂ
ଭୁବନେଶ୍ୱର, 09 ଅକ୍ଟୋବର (ହି.ସ.)- ଏସଆଇଆର କୌଣସି ନୂଆ ପ୍ରକ୍ରିୟା ନୁହେଁ। ସ୍ୱାଧୀନତା ପରଠାରୁ ବିଭିନ୍ନ ସମୟରେ ଏଭଳି ସଂଶୋଧନ କରାଯାଇଆସୁଛି। ଭୋଟର ତାଲିକାରେ ଥିବା ମୃତ ବ୍ୟକ୍ତିଙ୍କ ନାଁ, ଏକାଧିକ ସ୍ଥାନରେ ନାଁ ଥିବା ଭୋଟର ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କ ନାଁ ଯାଞ୍ଚ କରି ହଟାଇବ
ଏସଆଇଆର ପ୍ରକ୍ରିୟାକୁ ନେଇ     ଅଯଥା ରାଜନୈତିକ ବିବାଦ ସୃଷ୍ଟି କରାନଯାଉ- ବାବୁ ସିଂ


ଭୁବନେଶ୍ୱର, 09 ଅକ୍ଟୋବର (ହି.ସ.)- ଏସଆଇଆର କୌଣସି

ନୂଆ ପ୍ରକ୍ରିୟା ନୁହେଁ। ସ୍ୱାଧୀନତା ପରଠାରୁ ବିଭିନ୍ନ ସମୟରେ ଏଭଳି ସଂଶୋଧନ କରାଯାଇଆସୁଛି।

ଭୋଟର ତାଲିକାରେ ଥିବା ମୃତ ବ୍ୟକ୍ତିଙ୍କ ନାଁ, ଏକାଧିକ ସ୍ଥାନରେ ନାଁ ଥିବା ଭୋଟର ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କ ନାଁ ଯାଞ୍ଚ କରି ହଟାଇବା

ଆବଶ୍ୟକ । ପୂର୍ବରୁ କଂଗ୍ରେସ ସରକାର ଅମଳରେ ମଧ୍ୟ ଏଭଳି ପ୍ରକ୍ରିୟା ହୋଇଥିବା ବେଳେ ଏବେ ଦଳ ଏସଆଇଆରକୁ

ବିରୋଧ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି। ବିରୋଧୀ ଦଳ ମୂଳ

ପ୍ରସଙ୍ଗକୁ ଅପ୍ରସଙ୍ଗ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ଏକାମ୍ର ବିଧାୟକ ବାବୁ

ସିଂ।

ଅନ୍ୟପଟେ, ଯେଉଁ ଭୋଟରଙ୍କ ନାଁ ତାଲିକାରୁ ବାଦ୍ ପଡ଼ିଛି,

ସେମାନେ ନିର୍ବାଚନ କମିଶନଙ୍କ ନିର୍ଦ୍ଧାରିତ ସମୟ ମଧ୍ୟରେ ଆବଶ୍ୟକ ପ୍ରକ୍ରିୟା

ଅନୁସରଣ କରି ନିଜ ନାଁ ପୁନଃ ଯୋଡ଼ିବା ପାଇଁ ଆବେଦନ କରିପାରିବେ ବୋଲି ସେ କହିଛନ୍ତି।ତେଣୁ ଏସଆଇଆର

ପ୍ରକ୍ରିୟାକୁ ନେଇ ଅଯଥା ରାଜନୈତିକ ବିବାଦ ସୃଷ୍ଟି ନକରି ଭୋଟର ତାଲିକାର ସଠିକତା ଓ ସ୍ୱଚ୍ଛତା

ଉପରେ ଗୁରୁତ୍ୱ ଦେବା ଉଚିତ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande