
ଭୁବନେଶ୍ୱର, 09 ଅକ୍ଟୋବର (ହି.ସ.)- ମନ୍ତ୍ରୀମଣ୍ଡଳ
ସମ୍ପ୍ରସାରଣକୁ ନେଇ ବାବୁ ସିଂ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବିରୋଧୀଙ୍କ କାମ
ସେମାନେ କହିବେ ସରକାର ଠିକ ଭାବେ ଚାଲିନି।
ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ କେବଳ ମୁଖ୍ୟମନ୍ତ୍ରୀ କରିବେ। ଆଗାମୀ ଦିନରେ ଯଦି ଆବଶ୍ୟକ
ହେବ ତାହାଲେ ହେବ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ତାଙ୍କୁ ଲୋକ ଭବନରେ ଭେଟିଥିବା ମଧ୍ୟ
ସେ କହିଛନ୍ତି । ରାଜ୍ୟର ବିକାଶ ପାଇଁ ପ୍ରାଥମିକତା ଏବଂ ଚାଲୁ ରହିଥିବା ତଥା ଆଗାମୀ
ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପଗୁଡ଼ିକ ଉପରେ ଆମେ ମତାମତ ଆଦାନପ୍ରଦାନ କରିଥିଲୁ ।ଏଥିରେ ରାଜ୍ୟର
ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଏବଂ ଓଡ଼ିଶାର ଲୋକମାନଙ୍କ କଲ୍ୟାଣ ସାଧନ ଉପରେ ମିଳିତ ଭାବେ
ଗୁରୁତ୍ୱ ଆରୋପ କରାଯାଇଥିଲା ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା