
ଭୁବନେଶ୍ୱର, 09 ଅକ୍ଟୋବର (ହି.ସ.)- ଉତ୍କଳମଣି
ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ପାଳିତ। ଗୋପବନ୍ଧୁ ଦାସ ନିଜର ସମଗ୍ର ଜୀବନ ଓ ଯୌବନକୁ
ଓଡ଼ିଶା ମାଟି ତଥା ରାଜ୍ୟବାସୀଙ୍କ ସେବାରେ ସମର୍ପିତ କରିଥିଲେ। ବିଶେଷକରି ଗରିବ, ଅବହେଳିତ ଓ ସମାଜର ତଳସ୍ତରରେ ଥିବା ଲୋକଙ୍କ ଉନ୍ନତି
ପାଇଁ ସେ ସର୍ବଦା ଚିନ୍ତିତ ରହୁଥିଲେ। ତାଙ୍କର ତ୍ୟାଗ, ସେବା,
ସଂଗ୍ରାମ ଓ ମହାନ ଆଦର୍ଶ ତାଙ୍କୁ ଓଡ଼ିଶାର ଅନ୍ୟତମ ଶ୍ରେଷ୍ଠ ବରପୁତ୍ର ଭାବେ
ପରିଚିତ କରାଇଛି।
ଏହି ଅବସରରେ ଗୋପବନ୍ଧୁଙ୍କ
ଭଳି ମହାନ ଜନନାୟକଙ୍କ ଜୀବନବ୍ୟାପୀ ସାଧନା ଓ ସଂଗ୍ରାମକୁ ସମ୍ମାନ ଜଣାଇବା ସହ ତାଙ୍କ ଆଦର୍ଶକୁ
ଆଗାମୀ ପିଢ଼ି ପାଖରେ ପହଞ୍ଚାଇବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି କହିଛନ୍ତି
ଏକାମ୍ର ବିଧାୟକ ବାବୁ ସିଂ।
ଆଗାମୀ ଦିନର ଯୁବପିଢ଼ି ହିଁ
ଦେଶ ଓ ରାଜ୍ୟର ଭବିଷ୍ୟତ ଶକ୍ତି। ତେଣୁ ଗୋପବନ୍ଧୁଙ୍କ ଜୀବନୀ, ସମାଜସେବା
ଓ ତ୍ୟାଗପୂତ ଜୀବନରୁ ଯୁବସମାଜକୁ ଅବଗତ କରାଇବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ କରିବା ଆଜିର
ସମୟର ଆହ୍ୱାନ। ଏହାଦ୍ୱାରା ଉତ୍କଳମଣିଙ୍କ ମହାନ ଚିନ୍ତାଧାରା ଓ ସେବାର ମନୋଭାବ ଆଗାମୀ ପିଢ଼ି
ମଧ୍ୟରେ ଜୀବନ୍ତ ରହିପାରିବ।ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଅବସରରେ ତାଙ୍କ ପ୍ରତି
ଏହା ହିଁ ହେବ ପ୍ରକୃତ ଶ୍ରଦ୍ଧାଞ୍ଜଳି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା