ବଲାଙ୍ଗୀର ବନଖଣ୍ଡ ଆନୁକୁଲ୍ୟରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ସମାପନ ଉତ୍ସବ
ବଲାଙ୍ଗୀର, ୦୯ ଅକ୍ଟୋବର(ହି.ସ.) – ସପ୍ତାହ ବ୍ୟାପି ଚାଲିଥିବା ୭୨ତମ ବନ୍ୟପ୍ରାଣ ସପ୍ତାହ ୨୦୨୬ ଆଜି ସ୍ଥାନୀୟ ସମ୍ମିଳନୀ କକ୍ଷ ବଲାଙ୍ଗୀର ବନଖଣ୍ଡ ଠାରେ ସମାପିତ କରାଯାଇଅଛି। ଏହି ଉତ୍ସବରେ ଶ୍ରୀଯୁକ୍ତ ଗୌରଭଶିବାଜୀ ଇସଲୱାର, ଜିଲ୍ଲାପାଳ ବଲାଙ୍ଗୀର ମୁଖ୍ୟଅତିଥି ଭାବେ ଯୋଗଦେଇ ବନ୍ୟପ୍ରାଣୀମାନଙ୍କର ସୁ
ବଲାଙ୍ଗିର ବନଖଣ୍ଡ ଆନୁକୁଲ୍ୟରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ସମାପନ ଉତ୍ସବ


ବଲାଙ୍ଗିର ବନଖଣ୍ଡ ଆନୁକୁଲ୍ୟରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ସମାପନ ଉତ୍ସବ


ବଲାଙ୍ଗିର ବନଖଣ୍ଡ ଆନୁକୁଲ୍ୟରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ସମାପନ ଉତ୍ସବ


ବଲାଙ୍ଗିର ବନଖଣ୍ଡ ଆନୁକୁଲ୍ୟରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ସମାପନ ଉତ୍ସବ


ବଲାଙ୍ଗିର ବନଖଣ୍ଡ ଆନୁକୁଲ୍ୟରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ସମାପନ ଉତ୍ସବ


ବଲାଙ୍ଗୀର, ୦୯ ଅକ୍ଟୋବର(ହି.ସ.) – ସପ୍ତାହ ବ୍ୟାପି ଚାଲିଥିବା ୭୨ତମ ବନ୍ୟପ୍ରାଣ ସପ୍ତାହ ୨୦୨୬ ଆଜି ସ୍ଥାନୀୟ ସମ୍ମିଳନୀ କକ୍ଷ ବଲାଙ୍ଗୀର ବନଖଣ୍ଡ ଠାରେ ସମାପିତ କରାଯାଇଅଛି। ଏହି ଉତ୍ସବରେ ଶ୍ରୀଯୁକ୍ତ ଗୌରଭଶିବାଜୀ ଇସଲୱାର, ଜିଲ୍ଲାପାଳ ବଲାଙ୍ଗୀର ମୁଖ୍ୟଅତିଥି ଭାବେ ଯୋଗଦେଇ ବନ୍ୟପ୍ରାଣୀମାନଙ୍କର ସୁରକ୍ଷା, ସଂରକ୍ଷଣ ଓ ଜୈବବିବିଧତାରେ ସେମାନଙ୍କର ଉପାଦେୟତା ଉପରେ ଆଲୋକପାତ କରିଥିଲେ। ଶ୍ରୀ ଅଜିତ ବିଶି, ବଲାଙ୍ଗୀର ବନଖଣ୍ଡ ଅଧିକାରୀ ଉପସ୍ଥିତ ଜନସାଧାରଣଙ୍କୁ ବନ୍ୟପ୍ରାଣୀ ସୁରକ୍ଷା ଓ ସଂରକ୍ଷଣ ପାଇଁ ସହଭାଗିତାର ଦାୟିତ୍ୱ ନେବାକୁ ଅନୁରୋଧ କରିଥିଲେ। ଏହି ଉତ୍ସବରେ ଅନ୍ୟାନ୍ୟ ଅତିଥି ଭାବେ ଶ୍ରୀମତୀ ବବିତା ସିଂ, ଆଂଚଳିକ ଅର୍ଦ୍ଧକାରୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ବଲାଙ୍ଗୀର, ଶ୍ରୀ ଶୁଭେନ୍ଦୁ ପ୍ରସାଦ ବେହେରା, ଦନଖଣ୍ଡ ଅଧିକାରୀ(କେନ୍ଦୁପତ୍ର), ବଲାଙ୍ଗୀର ଓ ଶ୍ରୀ ଅଭିନ୍ଦମ ପରିଚ୍ଛା, ଅଧ୍ୟାପକ, ପ୍ରାଣୀ ବିଜ୍ଞାନ, ଜେଆଇଟିଏମ୍, ବଲାଙ୍ଗୀର ଓ ବନ୍ୟପ୍ରାଣୀ ସଂରକ୍ଷକ କର୍ମୀ, ବଲାଙ୍ଗୀର ଯୋଗଦାନ କରି ତାଙ୍କର ଅଭିବ୍ୟକ୍ତି ଜନସାଧାରଣଙ୍କୁ ପ୍ରଦାନ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତ ଯଥା- ଚିତ୍ରାଙ୍କନ, ପୁସ୍ତକ ପଠନ, ସାଧାରଣ ଜ୍ଞାନ ପରୀକ୍ଷା ଏବଂ ମାରାଥନ ଦୌଡ଼ ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବନ୍ୟପ୍ରାଣୀ ସଂରକ୍ଷଣରେ ଅସାଧାରଣ ଦାୟିତ୍ୱ ତୁଲାଭବା ବନ କର୍ମଚାରୀ ଓ ସ୍ୱାର୍ଡ ମେଘରମାନଙ୍କୁ ଉତ୍ସାହିତ କରିବା ପାଇଁ ମାନପତ୍ର ସହିତ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶ୍ରୀ ନବୀନ କୁମାର ପଣ୍ଡା, ବନାଂଚଳ ଅଧିକାରୀ, ବଲାଙ୍ଗୀର, ଶ୍ରୀ ଚିନ୍ମୟ ପ୍ରଧାନ ଓ ଶ୍ରୀ ଅର୍ଜୁନ ସାହୁ ପରିଚାଳନା କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande