ରତନ ଟାଟାଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ
ଭୁବନେଶ୍ୱର, 09 ଅକ୍ଟୋବର (ହି.ସ.)- ଆଜି ହେଉଛି ରତନ ଟାଟାଙ୍କ ପୁଣ୍ୟତିଥି । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରତନ ଟାଟା ଜଣେ ଦୂରଦର୍ଶୀ ଶିଳ୍ପପ
ରତନ ଟାଟା


ଭୁବନେଶ୍ୱର, 09 ଅକ୍ଟୋବର (ହି.ସ.)- ଆଜି ହେଉଛି ରତନ

ଟାଟାଙ୍କ ପୁଣ୍ୟତିଥି । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ

ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରତନ ଟାଟା

ଜଣେ ଦୂରଦର୍ଶୀ ଶିଳ୍ପପତି, ଦୟାଳୁ ସମାଜସେବୀ ଏବଂ ଜଣେ ପ୍ରକୃତ ରାଷ୍ଟ୍ରନିର୍ମାତା ଥିଲେ।

ସଚ୍ଚୋଟତା, ନବସୃଜନ

ଏବଂ ସାମାଜିକ କଲ୍ୟାଣ ପ୍ରତି ତାଙ୍କର ଅଟଳ ପ୍ରତିବଦ୍ଧତା ଅସଂଖ୍ୟ ଲୋକଙ୍କ ଜୀବନରେ ପରିବର୍ତ୍ତନ

ଆଣିବା ସହ ଭାରତର ପ୍ରଗତିକୁ ସୁଦୃଢ଼ କରିଥିଲା। ତାଙ୍କ ପୁଣ୍ୟତିଥିରେ ମୁଁ ଭାରତର ଏହି ମହାନ

ସୁପୁତ୍ରଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ତାଙ୍କର ମହାନ ଆଦର୍ଶ ଓ ଅମର କୀର୍ତ୍ତି

ପିଢ଼ି ପରେ ପିଢ଼ିକୁ ପ୍ରେରଣା ଯୋଗାଇ ଚାଲିଥିବ।

ଉପମୁଖ୍ୟମନ୍ତ୍ରୀ କନକ

ବର୍ଦ୍ଧନ ସିଂହଦେଓ ଏକ୍ସରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ପଦ୍ମ ବିଭୂଷଣ ରତନ ଟାଟା

ଜୀଙ୍କ ପୁଣ୍ୟତିଥିର ଏହି ଶୋକାକୁଳ ଅବସରରେ,

ମୁଁ ଦେଶର ବିଶିଷ୍ଟ ଶିଳ୍ପପତି, ଦୂରଦର୍ଶୀ ନେତୃତ୍ୱର

ଅଧିକାରୀ ଏବଂ ମହାନ ସମାଜସେବୀଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ର ନିର୍ମାଣ

କ୍ଷେତ୍ରରେ ତାଙ୍କର ଅମୂଲ୍ୟ ଅବଦାନ ସର୍ବଦା ପ୍ରେରଣାର ଏକ ଅକ୍ଷୟ ଉତ୍ସ ହୋଇ ରହିବ। ନୈତିକ

ନେତୃତ୍ୱ, ସାମାଜିକ

କଲ୍ୟାଣ ଏବଂ ଆମ ଦେଶର ପ୍ରଗତି ପ୍ରତି ତାଙ୍କର ଅତୁଟ ପ୍ରତିବଦ୍ଧତା ସର୍ବଦା ଅତ୍ୟନ୍ତ ସମ୍ମାନ ଓ

ଶ୍ରଦ୍ଧାର ସହ ସ୍ମରଣୀୟ ହୋଇ ରହିବ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ

ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ରତନ ଟାଟା ଜୀଙ୍କ ପୁଣ୍ୟତିଥିରେ

ତାଙ୍କୁ ସ୍ମରଣ କରୁଛି। ତାଙ୍କର ଜୀବନ ନେତୃତ୍ୱ,

ଅସାଧାରଣ ଉଦ୍ୟୋଗଶୀଳତା ଏବଂ ଦେଶ ପ୍ରତି ଗଭୀର ପ୍ରତିବଦ୍ଧତାର

ପ୍ରତୀକ ଥିଲା। ସେ ଦେଖାଇଥିଲେ ଯେ ପ୍ରକୃତ ସଫଳତାର ମାପକାଠି ହେଉଛି ଆମେ କେତେ ଲୋକଙ୍କ ଜୀବନକୁ

ସ୍ପର୍ଶ କରିପାରିଛୁ ଏବଂ ପଛରେ କେଉଁ ମୂଲ୍ୟବୋଧ ଛାଡ଼ିଯାଇଛୁ। ତାଙ୍କର ମହାନ ଉତ୍ତରାଧିକାର ଆଜି

ମଧ୍ୟ ପିଢ଼ି ପରେ ପିଢ଼ି ଭାରତୀୟଙ୍କୁ ପ୍ରେରଣା ଯୋଗାଇ ଚାଲିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande