
ଭୁବନେଶ୍ୱର, 09 ଅକ୍ଟୋବର (ହି.ସ.)- ବିଶ୍ୱ ଡାକ ଦିବସରେ
ଡାକସେବାର ଭୂମିକାକୁ ପ୍ରଶଂସା କରିଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ
ପ୍ରଭାତି ପରିଡା ।
ଏନେଇ ସୋସିଆଲ ମିଡିଆ
ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ବିଶ୍ୱ ଡାକ ଦିବସ
ଅବସରରେ,
ସମାଜର ବିଭିନ୍ନ ବର୍ଗକୁ ଯୋଡ଼ିବା, ଯୋଗାଯୋଗକୁ ସୁଗମ କରିବା ଏବଂ ସମଗ୍ର ଦେଶରେ ଅତ୍ୟାବଶ୍ୟକ
ସେବାଗୁଡ଼ିକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ଡାକ ସେବାର ନିରନ୍ତର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ
ଆସନ୍ତୁ ସ୍ୱୀକାର କରିବା।
ପ୍ରଭାତି ପରିଡା ଏକ
ବାର୍ତ୍ତା ଜାରି କରି କହିଛନ୍ତି ଯେ, ତୁରନ୍ତ ବାର୍ତ୍ତା ପଠାଇବାର ସୁବିଧା ଆସିବା ପୂର୍ବରୁ
ଥିଲା ହାତଲେଖା ଚିଠି, ଚିଠିକୁ ଅପେକ୍ଷା କରି ରହିଥିବା ଆତୁର ଆଖି ଏବଂ ଚିହ୍ନା ଡାକବାଲାଙ୍କ
ଆଗମନର ସେହି ଅପୂର୍ବ ଖୁସି। କିଛି ସ୍ମୃତି ଏମିତି ଥାଏ, ଯାହା ହୃଦୟରେ ସବୁଦିନ ପାଇଁ
ଅଭୁଲା ଛାପ ଛାଡ଼ିଯାଏ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା