ବିଜେଡି ପକ୍ଷରୁ ଗୋପବନ୍ଧୁ ଛକସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
ଭୁବନେଶ୍ୱର, 09 ଅକ୍ଟୋବର (ହି.ସ.)- ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଗୋପବନ୍ଧୁ ଛକସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବିଜେଡି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଓଡ଼ିଶାର ସ୍ୱତନ୍ତ୍ର ପ୍ରଦେଶ ଗଠନ, ଓଡ଼ିଆ ଭାଷାର ସୁରକ୍ଷା
ବିଜେଡି ପକ୍ଷରୁ ଗୋପବନ୍ଧୁ     ଛକସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ


ଭୁବନେଶ୍ୱର, 09 ଅକ୍ଟୋବର (ହି.ସ.)- ଉତ୍କଳମଣି

ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଗୋପବନ୍ଧୁ ଛକସ୍ଥିତ ପ୍ରତିମୂର୍ତ୍ତିରେ

ମାଲ୍ୟାର୍ପଣ କରି ବିଜେଡି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଓଡ଼ିଶାର ସ୍ୱତନ୍ତ୍ର

ପ୍ରଦେଶ ଗଠନ, ଓଡ଼ିଆ ଭାଷାର ସୁରକ୍ଷା

ଓ ସମାଜସେବା କ୍ଷେତ୍ରରେ ଗୋପବନ୍ଧୁଙ୍କ ଅବଦାନ ଅତୁଳନୀୟ। ବନ୍ୟା ଦୁର୍ଗତଙ୍କ ସେବାଠାରୁ ଆରମ୍ଭ

କରି ‘ସମାଜ’ ଖବରକାଗଜ ମାଧ୍ୟମରେ ଗରିବ ଓ ଅବହେଳିତଙ୍କ ସ୍ୱର ପାଲଟିଥିଲେ ସେ। ତାଙ୍କ ତ୍ୟାଗ,

ସେବା ଓ ଆଦର୍ଶ ଆଗାମୀ ପିଢ଼ିକୁ ସବୁବେଳେ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି

ବିଜେଡି ନେତା ଅଶୋକ ପଣ୍ଡା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande