
ଭୁବନେଶ୍ୱର, 09 ଅକ୍ଟୋବର (ହି.ସ.)- ଉତ୍କଳମଣି
ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ପାଳିତ। ଗୋପବନ୍ଧୁ ଛକ ସ୍ଥିତ ପ୍ରତିମୂର୍ତ୍ତି ରେ
ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଉତ୍କଳମଣି ପଣ୍ଡିତ
ଗୋପବନ୍ଧୁ ଦାସଙ୍କ ଜନ୍ମଜୟନ୍ତୀରେ ସ୍ମରଣ କରାଯାଇଛି ତାଙ୍କର ତ୍ୟାଗ, ନିଃସ୍ୱାର୍ଥପର ସେବା ଓ ସମର୍ପଣର ମହାନ ଆଦର୍ଶ।
ବନ୍ୟା, ବାତ୍ୟା ଓ ମରୁଡ଼ି ଭଳି ବିପର୍ଯ୍ୟୟ ସମୟରେ ସେ ସବୁବେଳେ
ସାଧାରଣ ଲୋକଙ୍କ ପାଖରେ ଛିଡ଼ା ହେଉଥିଲେ।ସାମ୍ବାଦିକତା ଓ ଖବରକାଗଜ ମାଧ୍ୟମରେ ଜନଜାଗରଣ ସୃଷ୍ଟି
କରିବା ସହ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଥିଲା। ଜନସେବା
ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଗୋପବନ୍ଧୁ ଦାସ ତ୍ୟାଗ, ତପସ୍ୟା
ଓ ସମର୍ପଣର ପ୍ରତୀକ ଥିଲେ। ତାଙ୍କର ମହାନ ଆଦର୍ଶ ଆଜି ବି ସମାଜକୁ ପ୍ରେରଣା ଯୋଗାଉଛି ବୋଲି
ମନମୋହନ ସାମଲ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା