
ଭୁବନେଶ୍ୱର, 09 ଅକ୍ଟୋବର (ହି.ସ.)- ଆଜି
ଲୋକଭବନଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ,
ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।
ଏହି ଅବସରରେ ରାଜ୍ୟର ସାମଗ୍ରିକ ବିକାଶ,
ଜନକଲ୍ୟାଣ ଏବଂ ପ୍ରଗତିଶୀଳ ଶାସନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା
ଦିଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ରାଜ୍ୟର ପ୍ରଗତିକୁ ତ୍ୱରାନ୍ୱିତ କରିବା ସହିତ ଓଡ଼ିଶାବାସୀଙ୍କ କଲ୍ୟାଣ ଓ ସମୃଦ୍ଧି ପାଇଁ କାର୍ଯ୍ୟ କରିବା ଉପରେ ଉଭୟେ ଗୁରୁତ୍ୱାରୋପ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା