
ଭୁବନେଶ୍ୱର, 09 ଅକ୍ଟୋବର (ହି.ସ.)- ଆଜି ବିରୋଧୀ
ଦଳର ନେତାମାନେ ରାଷ୍ଟ୍ରପତିଙ୍କୁ ଭେଟିବା ପ୍ରସଙ୍ଗରେ ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି ।
ଭୋଟ୍ ଚୋରି ଅଭିଯୋଗକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ବିଜେପିର ରାଜ୍ୟ ସଭାପତି ମନମୋହନ
ସାମଲ। ଏହି ଅଭିଯୋଗ ତଥ୍ୟହୀନ ଏବଂ ଏହାକୁ ନେଇ ରାଜନୀତି କରାଯାଉଛି । ପଶ୍ଚିମବଙ୍ଗରେ ନିର୍ବାଚନ
ହାରିବା ହେଉ କିମ୍ବା ତାମିଲନାଡୁ, ହିମାଚଳ
ପ୍ରଦେଶ ଓ କର୍ଣ୍ଣାଟକରେ ବିଜୟ ହେଉ, ପ୍ରତ୍ୟେକ ନିର୍ବାଚନର ଫଳାଫଳକୁ
ନେଇ ଭୋଟ୍ ଚୋରି ଅଭିଯୋଗ କରିବା ଠିକ୍ ନୁହେଁ। ଲୋକେ ଭୋଟ୍ ନଦେବାରୁ ବିରୋଧୀ ଦଳଗୁଡ଼ିକ ପରାଜିତ
ହେଉଛନ୍ତି। ଦୀର୍ଘ ୫୬ ବର୍ଷ ଧରି କ୍ଷମତାରେ ରହି କ୍ଷମତାର ଅପବ୍ୟବହାର କରିଥିବାରୁ ଲୋକେ
ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ।ଗର୍ବ ଓ ଅହଂକାର କଂଗ୍ରେସ, ସିପିଏମ୍,
ତୃଣମୂଳ କଂଗ୍ରେସ ଏବଂ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସ୍ଥିତିକୁ କ୍ଷତି
ପହଞ୍ଚାଇଛି। କ୍ଷମତାର ଅପବ୍ୟବହାର ଓ ଅହଂକାରକୁ ଲୋକେ କେବେ ବି ବରଦାସ୍ତ କରିବେ ନାହିଁ ବୋଲି
ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା