
ଭୁବନେଶ୍ୱର, 09 ଅକ୍ଟୋବର (ହି.ସ.)- ବୁର୍ଡା ଠାରେ
ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ
ଏକ୍ସ ହ୍ୟାଣ୍ଡେଲରେ ଫଟୋ ସେୟାର କରି ସେ କହିଛନ୍ତି ଯେ, ‘ସ୍ୱଚ୍ଛ ଭାରତ ଅଭିଯାନ’ ଅଧୀନରେ ଲୋଇସିଂହା ଏନଏସି ଅନ୍ତର୍ଗତ ବୁର୍ଡା
ଠାରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଗାଁର ପୋଖରୀ ଏବଂ
ରାସ୍ତାଘାଟ ସଫେଇ କରାଯାଇ ସ୍ୱଚ୍ଛ ଓ ନିର୍ମଳ ପରିବେଶ ସୃଷ୍ଟି କରାଯାଇଛି। ଆମର ଏହି ଛୋଟ
ପ୍ରୟାସ ନିଶ୍ଚିତ ଭାବେ ଏକ ସୁସ୍ଥ, ସୁନ୍ଦର ଓ ସ୍ୱଚ୍ଛ ସମାଜ ଗଠନରେ ସହାୟକ ହେବ। ଆସନ୍ତୁ, ସମସ୍ତେ ମିଶି ନିଜ ପରିବେଶକୁ ସ୍ୱଚ୍ଛ ରଖିବା ଏବଂ ଯଶସ୍ଵୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ସ୍ୱଚ୍ଛ ଭାରତର ସଂକଳ୍ପକୁ ସାକାର କରିବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା