
ଭୁବନେଶ୍ୱର, 09 ଅକ୍ଟୋବର (ହି.ସ.)- ନୂଆଦିଲ୍ଲୀରେ
ମହିଳା ଓ ଶିଶୁ କଲ୍ୟାଣ ବିଭାଗୀୟ ସମ୍ମିଳନୀରେ ଯୋଗ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି
ପରିଡା । ଏନେଇ ଏକ୍ସ ହ୍ୟାଣ୍ଡେଲରେ ପ୍ରଭାତି ପରିଡା କହିଛନ୍ତି ଯେ, ଆଜି ନୂଆଦିଲ୍ଲୀସ୍ଥିତ
ସୁଷମା ସ୍ୱରାଜ ଭବନଠାରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ବିଭାଗୀୟ
ସମ୍ମିଳନୀର ଦ୍ୱିତୀୟ ଦିବସରେ ଯୋଗଦେଲି ।
ଏହି ଅବସରରେ ମହିଳା
ସଶକ୍ତିକରଣ ସହ ଜଡ଼ିତ ପ୍ରମୁଖ ଯୋଜନାଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଏବଂ ସେଗୁଡ଼ିକର
ସୁଫଳ ଯେପରି ଅଧିକରୁ ଅଧିକ ମହିଳାଙ୍କ ନିକଟରେ ପହଞ୍ଚିପାରିବ, ସେ
ଦିଗରେ ଗୁରୁତ୍ୱ ଦିଆଗଲା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା