
ଭୁବନେଶ୍ୱର , ୦୯ ଅକ୍ଟୋବର (ହି.ସ.) - ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବା ଓ ସୁଶାସନର ୨୫ ବର୍ଷ ପୂର୍ତି ଅବସରରେ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ପଂଚାୟତ ସମିତି ଠାରେ ଅନୁଷ୍ଠିତ ବ୍ଲକସ୍ତରୀୟ ସେବା ସେତୁ କ୍ୟାମ୍ପ' ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନଗର ଉନ୍ନୟନ ମନ୍ତ୍ରି କୃଷ୍ଣ ଚନ୍ଦ୍ର ମହାପାତ୍ର ବ୍ଲକର ବିଭିନ୍ନ ଅଂଚଳରୁ ଆସିଥିବା ଜନସାଧାରଣଙ୍କ ସମସ୍ୟା ଓ ଅଭିଯୋଗର ଶୁଣାଣି କରିବା ସହ ସେଗୁଡିକର ତ୍ୱରିତ ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି କ୍ୟାମ୍ପ ମାଧ୍ୟମରେ ପାଖାପାଖି ୪୧୪ ଅଭିଯୋଗ ସଂଗ୍ରହ କରାଯାଇଥିବା ବେଳେ ସେଥିମଧ୍ୟରୁ ଅର୍ଦ୍ଧାଧିକ ଅଭିଯୋଗର ସଦ୍ୟ ସମାଧାନ କରାଯାଇଛି। ପ୍ରଧାନମନ୍ତ୍ରୀଜୀଙ୍କ ସବକା ସାଥ୍, ସବକା ବିକାଶ' ମନ୍ତ୍ର ଏବଂ ଜୀବନଦର୍ଶରେ ଅନୁପ୍ରାଣିତ ହୋଇ ଲୋକଙ୍କ ସରକାର' ଜନସାଧାରଣଙ୍କ ନିକଟକୁ ଯାଇ ସେମାନଙ୍କ ସମସ୍ୟାର ଶୀଘ୍ର ସମାଧାନ ଏବଂ ସେମାନଙ୍କୁ ଉତମ ସେବା ସୁବିଧା ଯୋଗାଇ ଦେବା ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି।
ଏହି ଅବସରରେ ସୁଭଦ୍ରା ମା' ମାନଙ୍କ ଦ୍ୱାରା ପ୍ରସ୍ତୁତ ଓ ପ୍ରଦର୍ଶିତ ବିଭିନ୍ନ ହାତତିଆରି ସାମଗ୍ରୀ ଓ ଉତ୍ପାଦକୁ ବୁଲି ଦେଖିବା ସହିତ ଯୋଗ୍ୟ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଡ଼, ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତା କାର୍ଡ଼, ଜଙ୍ଗଲ ଜମି ପଟ୍ଟା ଓ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଇ-ରିକ୍ସା ବଂଟନ କଲି । ଏହାସହ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚଜି)ର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ହେବା ନିମନ୍ତେ ଋଣ ସହାୟତା ମଧ୍ୟ ପ୍ରଦାନ କରାଗଲା ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା