
ଭୁବନେଶ୍ୱର, ୯ ଅକ୍ଟୋବର (ହି.ସ.)
: ଟେରିଟୋରିଆଲ ଆର୍ମି ସ୍ଥାପନା ଦିବସ ଅବସରରେ
ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଟେରିଟୋରିଆଲ ଆର୍ମିର ସମର୍ପିତ ଯବାନମାନଙ୍କୁ
ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ନିଷ୍ଠାପର ସେବା, ଦୃଢ଼ ପ୍ରତିବଦ୍ଧତା ଓ ଜାତୀୟ ସୁରକ୍ଷା କ୍ଷେତ୍ରରେ ଅବଦାନକୁ
ପ୍ରଶଂସା କରିଛନ୍ତି।
ସୋସିଆଲ ମିଡିଆରେ ଏକ ପୋଷ୍ଟ
କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଟେରିଟୋରିଆଲ ଆର୍ମିର ଯବାନମାନଙ୍କ ଦେଶପ୍ରେମ, କର୍ତ୍ତବ୍ୟନିଷ୍ଠା ଓ ଜାତୀୟ ସୁରକ୍ଷା ପ୍ରତି ସମର୍ପଣ ଭାବନା ଭାରତର
ଶକ୍ତି ଓ ସହନଶୀଳତାର ପ୍ରତୀକ। ସେମାନଙ୍କ ନିଷ୍ଠା, ଶୃଙ୍ଖଳା ଓ ଦେଶ ପ୍ରତି ଅତୁଟ ପ୍ରତିବଦ୍ଧତା ଜାତୀୟ ସୁରକ୍ଷାକୁ ଅଧିକ
ସୁଦୃଢ଼ କରୁଥିବା ସେ ଉଲ୍ଲେଖ କରିଛନ୍ତି।
ଏହି ଅବସରରେ ଟେରିଟୋରିଆଲ
ଆର୍ମିର ସମସ୍ତ ସମର୍ପିତ ଯବାନ ମାନଙ୍କୁ ଉପମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ଦେଶ ପ୍ରତି
ସେମାନଙ୍କ ନିଃସ୍ୱାର୍ଥପର ସେବା ଓ ଅବଦାନକୁ ଅଭିବାଦନ ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ