ବିଦେଶି ମଦ ଜବତ, ଜଣେ ଗିରଫ
ଜୟପୁର, ୦୯ ଅକ୍ଟୋବର (ହି.ସ.) - ଜୟପୁର ବିଦେଶି ମଦ ବିକ୍ରି ଉଦ୍ଦେଶ୍ୟ ରେ ଘରେ ରଖିଥିବା ସୁଚନା ପାଇ ଜୟପୁର ଟାଉନ ପୋଲିସ ଚଢାଉ କରିଛି । ଚଢାଉ କରି ଜଣେ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ସିନେମା ସାହିର ଶ୍ରୀକାନ୍ତ ନାୟକ (୨୩) । ସୂଚନା ଅନୁଯାଇ ବିଦେଶି ମଦ ବିକ୍ରି ଉଦ୍ଦେଶ୍
ବିଦେଶି ମଦ ଜବତ, ଜଣେ ଗିରଫ


ଜୟପୁର, ୦୯ ଅକ୍ଟୋବର (ହି.ସ.) - ଜୟପୁର ବିଦେଶି ମଦ ବିକ୍ରି ଉଦ୍ଦେଶ୍ୟ ରେ ଘରେ ରଖିଥିବା ସୁଚନା ପାଇ ଜୟପୁର ଟାଉନ ପୋଲିସ ଚଢାଉ କରିଛି । ଚଢାଉ କରି ଜଣେ ଅଭିଯୁକ୍ତ କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ସିନେମା ସାହିର ଶ୍ରୀକାନ୍ତ ନାୟକ (୨୩) । ସୂଚନା ଅନୁଯାଇ ବିଦେଶି ମଦ ବିକ୍ରି ଉଦ୍ଦେଶ୍ୟ ରେ ଘରେ ରଖିଥିବା ଅଭିଯୋଗରେ ଚଢଉ କରିଥିଲା । ଚଢାଉ କରି ୧୧୮ ଲିଟର ବିଦେଶି ମଦ ଜବତ କରିଛି । ଗିରଫ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଟାଉନ ପୋଲିସ ତରଫରୁ ସୁଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande