

ରାଉରକେଲା, ୯ ଅକ୍ଟୋବର (ହି.ସ.)- ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ମୃତ୍ତିକା ସଂରକ୍ଷଣ ବିଭାଗର ଉପନିର୍ଦେଶକ ପ୍ରସନ୍ନ କୁମାର ପାତ୍ରଙ୍କ ଘର ଉପରେ ଆଜି ଭିଜିଲାନ୍ସ ଚଢ଼ଉ କରିଛି। ତାଙ୍କ ଚାକିରୀ ଆରମ୍ଭ ହେଲା ୭ ହଜାରରେ ଏବେ ବାହାରୁଚି କୋଟି କୋଟି ଟଙ୍କା। ଆଜି ସକାଳୁ ଭିଜିଲାନ୍ସ ପ୍ରସନ୍ନଙ୍କ ଘରେ ଚଢ଼ଉ କରିବାରେ ବ୍ୟାଙ୍କରୁ ମିଳିଛି କୋଟିଏ ଟଙ୍କା, ନଗଦ ୧ ଲକ୍ଷ ୨୯ ହଜାର, ୨୧୧ଗ୍ରାମ ସୁନା, ଭୁବନେଶ୍ୱର ଓ ଆଖପାଖରେ ୫ଟି ମଲ୍ଟି ଷ୍ଟୋରେଜ ବିଲଡିଂ, ଗୋଟିଏ ଫ୍ଲାଟ, ୭ଟି ଦାମୀ ପ୍ଲଟ, ବାଇକ, କାର ଆଦି ବର୍ତମାନ ସୁଦ୍ଧା ବାହାରିଥିବା ଭିଜିଲାନ୍ସ କହିଛି।
ସେ୧୯୯୫ରେ ଚାକିରୀ ଆରମ୍ଭ କରି ଭୁବନେଶ୍ୱର, କେନ୍ଦ୍ରାପଡା ପରେ ପଶ୍ଚିମ ଓଡିଶାରେ ବୁଲି ଏତିକି ସମ୍ପତି ଠୁଳ କରିଥିଲେ। ଏହି ବିଭାଗ ଶୁଖିଲା ବିଭାଗ ବୋଲି ସମସ୍ତ ଙ୍କ ଧାରଣା ଥିବା ବେଳେ ରାଉରକେଲା ଭିଜିଲାନ୍ସ ଏସପି ପ୍ରମାଣ କରିଦେଲେ ଏହା ଦୁଧିଆଳି ବିଭାଗ। ଏହି ଚଢ଼ଉ ପରେ ସୁନ୍ଦରଗଡ଼ରେ ଥିବା ଲୁଟେରାଙ୍କ ଭିତରେ ଛନକା ପଶିଛି। ଏହି ଚଢ଼ାଉରେ ଜଣେ ଅତିରିକ୍ତ ଏସପି ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ