ଚୋରା ମଦ ଜବତ, ୧୪ ଅଭିଯୁକ୍ତ କୋର୍ଟ ଚାଲାଣ
କେନ୍ଦ୍ରାପଡ଼ା, ୯ ଅକ୍ଟୋବର (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆୟରଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଅବକାରୀ ଅଧୀକ୍ଷକ, କେନ୍ଦ୍ରାପଡ଼ା ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜକନିକା, କେନ୍ଦ୍ରାପଡ଼ା ଟାଉନ, ସଦର, ଡେରାବିଶ ଓ ଜମ୍ବୁ ମେରାଇନ୍ ଥାନା ଅଧୀନ ବିଭିନ୍ନ ସ୍ଥାନରେ ଅବକ
ଚୋରା ମଦ ଜବତ, ୧୪ ଅଭିଯୁକ୍ତ କୋର୍ଟ ଚାଲାଣ


କେନ୍ଦ୍ରାପଡ଼ା, ୯ ଅକ୍ଟୋବର (ହି.ସ.)- କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆୟରଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଅବକାରୀ ଅଧୀକ୍ଷକ, କେନ୍ଦ୍ରାପଡ଼ା ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜକନିକା, କେନ୍ଦ୍ରାପଡ଼ା ଟାଉନ, ସଦର, ଡେରାବିଶ ଓ ଜମ୍ବୁ ମେରାଇନ୍ ଥାନା ଅଧୀନ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ପ୍ରଭାକରପୁର ଗ୍ରାମର ଦୀନବନ୍ଧୁ ରାଉତ (୩୫)ଙ୍କ ନିକଟରୁ ୨୭ ଲିଟର ଦେଶୀ ରନ୍ଧା ମଦ, ପ୍ରତାପ ଖିଲାର (୩୪)ଙ୍କ ଠାରୁ ୭୨୦ ଲିଟର ଗୁଡ଼ପୋଚ ଏବଂ ବଚନ ଖିଲାର (୩୫)ଙ୍କ ଠାରୁ ୫୮୦ ଲିଟର ଗୁଡ଼ପୋଚ ଜବତ କରାଯାଇଥିଲା।

ସେହିପରି ସାନ୍ତସାହୁ ଗ୍ରାମର ସନ୍ଦୀପ ସୁବ୍ରମଣ୍ୟାମ (୨୪)ଙ୍କ ନିକଟରୁ ୧୦ ଲିଟର ଦେଶୀ ରନ୍ଧା ମଦ, ଶ୍ୟାମସୁନ୍ଦରପୁର ଗ୍ରାମର ଭିମ୍ବରା ମଳିକ (୬୦)ଙ୍କ ନିକଟରୁ ୧୯ ଲିଟର ବିଦେଶୀ ମଦ, ଏଣ୍ଡରା ଗ୍ରାମର ଶ୍ରୀଧର ସାହୁ (୩୮)ଙ୍କ ଠାରୁ ୧୮ ଲିଟର ଦେଶୀ ମଦ, ଚାଲୁଣିଆ ଗ୍ରାମର ଦେବେନ୍ଦ୍ର ରାୟ (୫୭)ଙ୍କ ନିକଟରୁ ୨୬ ଲିଟର ଦେଶୀ ମଦ, ଅଛୁତପୁର ଗ୍ରାମର ଶଶୀଧର ମଳିକ (୬୦)ଙ୍କ ଠାରୁ ୧୩ ଲିଟର ବିଦେଶୀ ମଦ ଏବଂ ଆଳି ଗ୍ରାମର କାର୍ତ୍ତିକ ମଳିକ (୬୨)ଙ୍କ ଠାରୁ ୨୭ ଲିଟର ବିଦେଶୀ ମଦ ଜବତ କରାଯାଇଥିଲା। ଏଥି ସହିତ ବାଘିଲୋ ଗ୍ରାମର ଅକ୍ଷୟ କୁମାର ମଳିକ (୩୧)ଙ୍କ ଠାରୁ ୧୮ ଲିଟର ବିଦେଶୀ ମଦ, ବୈଧର ମଳିକ (୩୨)ଙ୍କ ଠାରୁ ୨୫ ଲିଟର ବିଦେଶୀ ମଦ, ନେମ୍ବରା ଗ୍ରାମର ଶିବନାରାୟଣ ଲେଙ୍କା (୩୬)ଙ୍କ ଠାରୁ ୧୯ ଲିଟର ଦେଶୀ ମଦ, ସଂଗ୍ରାମପୁର ଶାସନ ଗ୍ରାମର ସୁଲଚନ ସାହୁଙ୍କ ଠାରୁ ୨୯ ଲିଟର ବିଦେଶୀ ମଦ ଏବଂ ଏଣ୍ଡର ଗ୍ରାମର ପ୍ରମିଳା ଲେଙ୍କା (୩୧)ଙ୍କ ଠାରୁ ୧୫ ଲିଟର ଦେଶୀ ମଦ ଜବତ କରାଯାଇଥିଲା।

ଏହି ଚଢ଼ଉରେ ସମୁଦାୟ ୨୪୬ ଲିଟର ମଦ ଏବଂ ୧୩୦୦ ଲିଟର ଗୁଡ଼ପୋଚ ଜବତ କରାଯାଇଥିବା ବେଳେ ଘଟଣା ସଂକ୍ରାନ୍ତରେ ବିଭିନ୍ନ ଅବକାରୀ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଇନାନୁଯାୟୀ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ଉରେ ଅବକାରୀ ଉପ-ନିରୀକ୍ଷକ ଶ୍ରୀ ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ର, ଶ୍ରୀମତୀ ତ୍ରିବେଣୀ ମହନ୍ତ, ଦୀପକ କୁମାର ଜେନା, ରଞ୍ଜନ କୁମାର ପାତ୍ରଙ୍କ ସମେତ ଅବକାରୀ ବିଭାଗର ଅନ୍ୟାନ୍ୟ କର୍ମଚାରୀ ସକ୍ରିୟ ଭାବେ ସାମିଲ ହୋଇଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande