
ଭୁବନେଶ୍ୱର, ୯ ଅକ୍ଟୋବର (ହି.ସ.)
: ବିଶ୍ୱ ଡାକ ଦିବସ ଅବସରରେ ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ଡାକ
କର୍ମଚାରୀମାନଙ୍କ ନିଷ୍ଠା ଓ ଅବଦାନକୁ ପ୍ରଶଂସା କରିଛନ୍ତି। ଦେଶ ତଥା ବିଶ୍ୱରେ ଲୋକଙ୍କ ମଧ୍ୟରେ
ଦୂରତା ଦୂର କରିବା ସହ ସମ୍ପର୍କ ଯୋଡ଼ିବାରେ ଡାକ କର୍ମଚାରୀମାନଙ୍କ ଭୂମିକା ଅତୁଳନୀୟ ବୋଲି ସେ
କହିଛନ୍ତି।
ସୋସିଆଲ ମିଡିଆରେ ଏକ ପୋଷ୍ଟ
କରି ମନ୍ତ୍ରୀ କହିଛନ୍ତି ଯେ, ଡାକ
କର୍ମଚାରୀମାନେ କେବଳ ଚିଠିପତ୍ର ଓ ପାର୍ସଲ ପହଞ୍ଚାଇ ନଥାନ୍ତି, ବରଂ ଲୋକଙ୍କ ପାଖରେ ଆଶା, ଆତ୍ମୀୟତା ଓ ସମ୍ପର୍କର ଅନୁଭବ ମଧ୍ୟ ପହଞ୍ଚାଇଥାନ୍ତି।
ପ୍ରତିଦିନ ନିଜ କର୍ତ୍ତବ୍ୟ
ମାଧ୍ୟମରେ ଲୋକଙ୍କୁ ଯୋଡ଼ି ରଖୁଥିବା ଡାକ କର୍ମଚାରୀମାନଙ୍କ ପ୍ରତି ସେ କୃତଜ୍ଞତା ଜଣାଇଛନ୍ତି।
ଘରେ ଘରେ ଚିଠିପତ୍ର ଓ ସନ୍ଦେଶ ପହଞ୍ଚାଇବା ସହ ଲୋକଙ୍କ ଜୀବନରେ ଖୁସି ଓ ଆତ୍ମୀୟତା ଭରିବାରେ
ସେମାନଙ୍କ ଅବଦାନକୁ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
ବିଶ୍ୱ ଡାକ ଦିବସ ଅବସରରେ
ଡାକ ସେବା ସହ ଜଡ଼ିତ ସମସ୍ତ କର୍ମଚାରୀଙ୍କୁ ସେ ଧନ୍ୟବାଦ ଜଣାଇବା ସହ ସେମାନଙ୍କ ସେବା ଓ
ସମର୍ପଣ ଭାବନାକୁ ସମ୍ମାନ ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ