ଘଟଗାଁରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ
କେନ୍ଦୁଝର, 15 ନଭେମ୍ବର (ହି.ସ.) କେନ୍ଦୁଝର ଜିଲ୍ଲାର ଘଟଗାଁସ୍ଥିତ ମା’ ତାରିଣୀ ପୀଠର ପଞ୍ଚାୟତ ଗୃହରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କେନ୍ଦୁଝର ଶାଖା ପକ୍ଷରୁ ଜିଲ୍ଲା କାର୍ଯ୍ୟକାରିଣୀର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ଡାକରାରେ ଆୟୋଜିତ ଏହି ବୈଠକରେ ରାଜ୍ୟ ମହାସଚିବ ଚାରୁଲ
Nikhlla


କେନ୍ଦୁଝର, 15 ନଭେମ୍ବର (ହି.ସ.)

କେନ୍ଦୁଝର ଜିଲ୍ଲାର ଘଟଗାଁସ୍ଥିତ ମା’ ତାରିଣୀ ପୀଠର ପଞ୍ଚାୟତ ଗୃହରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, କେନ୍ଦୁଝର ଶାଖା ପକ୍ଷରୁ ଜିଲ୍ଲା କାର୍ଯ୍ୟକାରିଣୀର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ଡାକରାରେ ଆୟୋଜିତ ଏହି ବୈଠକରେ ରାଜ୍ୟ ମହାସଚିବ ଚାରୁଲତା ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ସଭା ପ୍ରାରମ୍ଭରେ ମା’ ତାରିଣୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଧୂପଦୀପ ପ୍ରଜ୍ୱଳନ କରାଯାଇ ପୂଜାର୍ଚ୍ଚନା ହୋଇଥିଲା। ଏହାପରେ ଅତିଥି, ପରାମର୍ଶଦାତା, ଜିଲ୍ଲା ସଭାପତି, ସମ୍ପାଦକ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା।ଜିଲ୍ଲା ସଭାପତି ସନ୍ତୋଷ କୁମାର ଜେନା ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ସମ୍ପାଦକ କମଳାକାନ୍ତ ପତି ବୈଠକର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ସଂଘର ପୂର୍ବତନ ସଭାପତି ଅତୁଲ କୁମାର ବଳ, ମୁକୁନ୍ଦ ଚରଣ ସାହୁ, ରାଜ୍ୟ ଉପସଭାପତି ମଦନ ମୋହନ ମୁଦୁଲି, ଅବସରପ୍ରାପ୍ତ ଶିକ୍ଷକ ଶିଶିର କୁମାର ରାଉତ ଓ ବୁଦ୍ଧଦେବ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ।ବୈଠକରେ ଜିଲ୍ଲାର ମୋଟ ୧୩ଟି ବ୍ଲକ୍ ମଧ୍ୟରୁ ୯ଟି ବ୍ଲକ୍ର କର୍ମକର୍ତ୍ତାମାନେ ଯୋଗଦେଇ ବିଭିନ୍ନ ସାଂଗଠନିକ ସମସ୍ୟା ଓ ଶିକ୍ଷକମାନଙ୍କ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଆଲୋଚିତ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ରାଜ୍ୟ ମହାସଚିବ ଚାରୁଲତା ମହାପାତ୍ର ପ୍ରତିଶ୍ରୁତି ଦେଇଥିଲେ ।ସଂଗଠନକୁ ତୃଣମୂଳ ସ୍ତରରୁ ଅଧିକ ମଜଭୁତ କରିବା ଉପରେ ମୁଖ୍ୟ ଅତିଥି ଗୁରୁତ୍ୱାରୋପ କରିଥିଲେ। ଏଥିସହିତ ବିଗତ ଦୁଇ ବର୍ଷର ବକେୟା ସଦସ୍ୟତା ଶୁଳ୍କ ଯଥାଶୀଘ୍ର ଆଦାୟ କରି ସଂଘ ନିକଟରେ ଜମା କରିବାକୁ ବ୍ଲକ୍ ଓ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ।ଘଷିପୁରା ବ୍ଲକ୍ ସମ୍ପାଦକ ମନ୍ମଥ ଘଡ଼େଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କେନ୍ଦୁଝର ଜିଲ୍ଲା ଉପସଭାପତି ତିଳୋତ୍ତମା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଆଗାମୀ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଘଷିପୁରା ବ୍ଲକ୍ରେ ଆୟୋଜନ କରିବାକୁ ସଭାରେ ନିଷ୍ପତ୍ତି ନିଆଯାଇଥିଲା।

କାର୍ଯ୍ୟକ୍ରମ ପରିଚାଳନାରେ ଘଟଗାଁ ବ୍ଲକ୍ର ଜିଲ୍ଲା ସଂଗଠନ ସମ୍ପାଦକ ସଚ୍ଚିଦାନନ୍ଦ ପ୍ରଧାନଙ୍କ ସମେତ ନନ୍ଦକିଶୋର ନାଏକ, କୃପାସିନ୍ଧୁ ସାହୁ, ଗଜେନ୍ଦ୍ର ସାହୁ, ପ୍ରଫୁଲ୍ଲ କୁମାର ନାଏକ, ଗୋବର୍ଦ୍ଧନ ଜେନା, ଅଶୋକ କୁମାର ବରାଳ, ହେମନ୍ତ କୁମାର ପାତ୍ର, ଗୋଲକ ବିହାରୀ ସାହୁ, ଚିତ୍ତରଞ୍ଜନ ମହାନ୍ତ, ଅମିନ ନାୟକ, ରମେଶ ଚନ୍ଦ୍ର ନାୟକ ଓ ସୁନୀଲ କୁମାର ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande