ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗିର ପକ୍ଷରୁ ସ୍ୱାଧିନତା ସଂଗ୍ରାମୀ ବିର୍ସାମୁଣ୍ଡା ଜୟନ୍ତୀ ପାଳିତ
ବଲାଙ୍ଗିର, 16 ନଭେମ୍ବର (ହି.ସ.) ସ୍ୱାଧିନତା ସଂଗ୍ରାମୀ ଧରତିଅବା ବିର୍ସା ମୁଣ୍ଡାଙ୍କ ୧୫୨ତମ ଜୟନ୍ତୀ ବଲାଙ୍ଗିର କୋଶଳ କଳା ମଣ୍ଡଳ ପଡିଆ ଠାରେ ମହାସମାରୋହରେ ଗତ କାଲି ପାଳିତ ହୋଇଯାଇଛି । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗିର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଆଦିବାସୀ ସମାଜର ଏକତା, ପରଂପର
ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗିର ପକ୍ଷରୁ ସ୍ୱାଧିନତା ସଂଗ୍ରାମୀ ବିର୍ସାମୁଣ୍ଡା ଜୟନ୍ତୀ ପାଳିତ


ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗିର ପକ୍ଷରୁ ସ୍ୱାଧିନତା ସଂଗ୍ରାମୀ ବିର୍ସାମୁଣ୍ଡା ଜୟନ୍ତୀ ପାଳିତ


ବଲାଙ୍ଗିର, 16 ନଭେମ୍ବର (ହି.ସ.)

ସ୍ୱାଧିନତା ସଂଗ୍ରାମୀ ଧରତିଅବା ବିର୍ସା ମୁଣ୍ଡାଙ୍କ ୧୫୨ତମ ଜୟନ୍ତୀ ବଲାଙ୍ଗିର କୋଶଳ କଳା ମଣ୍ଡଳ ପଡିଆ ଠାରେ ମହାସମାରୋହରେ ଗତ କାଲି

ପାଳିତ ହୋଇଯାଇଛି । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗିର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଆଦିବାସୀ ସମାଜର ଏକତା, ପରଂପରା, ଅଧିକାର ର ସୁରକ୍ଷା ପାଇଁ ସଂଗଠିତ ହେବାର ଆହ୍ୱାନ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ସତ୍ୟନାରାୟଣ ଭୋଇ ଓ ସଂପାଦକ ପୁରୁଷୋତ୍ତମ ଧରୁଆ ଙ୍କ ନେତୃତ୍ୱରେ ବର୍ସାମୁଣ୍ଡା ଜୟନ୍ତି ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବଲାଙ୍ଗିର ଗୁଣନିଧି ମଲ୍ଲିକ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ମୁରିବାହାଲ ତହସିଲଦାର ଜଗଦିଶ କାଡମି, ଗିରିରାଜ ସିଂମାଝି, ମିଥିଲା ମାଝି, ମାନସି ବିଶ୍ୱାଲ, ଶରତ ସିଂ ଭୋଇ, ଅଷ୍ଟରତ୍ନ ବରିହା, ଘନଶ୍ୟାମ ପ୍ରଧାନୀ, ନିରୁପମା ମାଝି, ଧନେଶ୍ୱର ମାଝି,ଲକ୍ଷ୍ମୀକାନ୍ତ ଧରୁଆ, କ୍ଷମା ଦଳପତି, ମୟ ପ୍ରଧାନୀ, ଦେବେନ୍ଦ୍ର ଭୋଇ, ଖିରୋଦ ନାଗ, ପ୍ରମୋଦ ଭୋଇ, ଖୁସିରାମ ଜାନି, ଦୁଃଖିଶ୍ୟାମ ଭୋଇ, ଝରଣା ଭୋଇ, ଅନିତା ଜଗତ, କାଳିନ୍ଦ୍ରୀ ମାଝି, ନିରଞ୍ଜନ ଧରୁଆ, ସୁରେଶ ଭୋଇ, ଟଙ୍କଧର ଧରୁଆ, କଳାକାହ୍ନୁ ପ୍ରଧାନ, ମକରଧ୍ୱଜ ଦେହୁରି, ପର୍ଶୁରାମ ଦେହୁରି, ସୋମନାଥ ମାଝି, ବାସନ୍ତି ବୁଡେକ, ଦିଲିପ ଭୋଇ, ଅନାଦି ମରପାଚି, କେଶବ ମଲ୍ଲିକ, କିରନ ଭୋଇ, ଦୈତାରି ଭୋଇ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ହଜାର ହଜାର ଆଦିବାସୀ ମହିଳା ପୁରୁଷ ଏକତ୍ରିତ ହୋଇ ପାରଂପରିକ ବେଶରେ ସଜ୍ଜିତ ହୋଇ ହାତରେ ଧନୁ ତୀର ସମେତ ପାରଂପରିବ ଅସ୍ତ୍ରଶସ୍ତ୍ର, ବାଦ୍ୟଯନ୍ତ୍ର ଧରି ବିଶାଳ ଶୋଭାଯାତ୍ରାରେ କୋଶଳ କଳାମଣ୍ଡପରୁ ଭାଗରଥି ଛକ, ସମଲେଶ୍ୱରୀ ମନ୍ଦିର ଛକ, ଜିଲ୍ଲାପାଳ ଅଫିସ ରୁ କୋଶ କଳାମଣ୍ଡକୁ ଆସିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande