ଜାତୀୟ ପ୍ରେସ ଦିବସ ପାଳିତ ସମାଜରେ ଜାଗରଣ ସୃଷ୍ଟି କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ
କେନ୍ଦ୍ରାପଡ଼ା- 16 ନଭେମ୍ବର (ହି.ସ.): କେନ୍ଦ୍ରାପଡ଼ା ଜିଲ୍ଲା ଓୟୁଜେ ସଂଘର ଡେରାବିଶ ଶାଖା ପକ୍ଷରୁ ଆଜି କେଶରପୁର ସ୍ଥିତ କଳିଙ୍ଗ ଆବାସିକ ବିଦ୍ୟାଳୟ ପରିସରରେ ଜାତୀୟ ପ୍ରେସ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସଂଘର କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ପରେଶ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଆୟୋଜିତ
ଜାତୀୟ ପ୍ରେସ ଦିବସ ପାଳିତ ସମାଜରେ ଜାଗରଣ ସୃଷ୍ଟି କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ


କେନ୍ଦ୍ରାପଡ଼ା- 16 ନଭେମ୍ବର (ହି.ସ.): କେନ୍ଦ୍ରାପଡ଼ା ଜିଲ୍ଲା ଓୟୁଜେ ସଂଘର ଡେରାବିଶ ଶାଖା ପକ୍ଷରୁ ଆଜି କେଶରପୁର ସ୍ଥିତ କଳିଙ୍ଗ ଆବାସିକ ବିଦ୍ୟାଳୟ ପରିସରରେ ଜାତୀୟ ପ୍ରେସ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସଂଘର କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ପରେଶ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଗଣମାଧ୍ୟମର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।ସଭାପତିତ୍ୱ ଅଭିଭାଷଣରେ ଶ୍ରୀ ଦାସ କହିଥିଲେ ଯେ, ସମାଜରେ ଜାଗରଣ ସୃଷ୍ଟି କରିବାରେ ଗଣମାଧ୍ୟମ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ବିଶ୍ୱ ଇତିହାସରେ ଯେତେ ବଡ଼ ବଡ଼ ସାମାଜିକ ଓ ରାଜନୈତିକ ଜାଗରଣ ସୃଷ୍ଟି ହୋଇଛି, ତାହା ପଛରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ନେପାଳର ଜେନ୍-ଜି ଆନ୍ଦୋଳନଠାରୁ ଆରମ୍ଭ କରି ଭାରତରେ ହୋଇଥିବା ଜେନ୍-ଜି ଆନ୍ଦୋଳନ ପର୍ୟ୍ୟନ୍ତ, ପ୍ରତ୍ୟେକ କ୍ଷେତ୍ରରେ ଗଣମାଧ୍ୟମ ସଠିକ୍ ବାର୍ତ୍ତା ପହଞ୍ଚାଇ ସମାଜରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ସାମ୍ବାଦିକମାନେ ନିରପେକ୍ଷ ଓ ନିର୍ଭୀକ ଭାବେ କାର୍ୟ୍ୟ କଲେ ସମାଜର ପ୍ରକୃତ ବିକାଶ ସମ୍ଭବ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।କାର୍ୟ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ଉପାଧ୍ୟକ୍ଷ ନିଶିକାନ୍ତ ମହାନ୍ତି ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ମାର୍ଗଦର୍ଶନ ଦେଇଥିଲେ। ସେ କହିଥିଲେ ଯେ, କେବଳ ଖବର ପରିବେଷଣ ନୁହେଁ, ବରଂ ପିଲାମାନଙ୍କୁ ଶିକ୍ଷିତ ଓ ସଚେତନ କରାଇବାରେ ମଧ୍ୟ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି। ନିୟମିତ ସମ୍ବାଦପତ୍ର ପଠନ ଦ୍ୱାରା ଛାତ୍ରଛାତ୍ରୀଙ୍କ ଜ୍ଞାନର ପରିସୀମା ବୃଦ୍ଧି ପାଇଥାଏ।ଏହି ଅବସରରେ ସଂଘର ଜିଲ୍ଲା ଆବାହକ ସୋମନାଥ ସାହୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ‘ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା’ ଶୀର୍ଷକ ଏକ ଆକର୍ଷଣୀୟ ପ୍ରଶ୍ନୋତ୍ତର କାର୍ୟ୍ୟକ୍ରମ ପରିଚାଳନା କରିଥିଲେ, ଯେଉଁଥିରେ ବିଦ୍ୟାର୍ଥୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ସଂଘର କୋଷାଧ୍ୟକ୍ଷ ପ୍ରମୋଦ ପ୍ରଧାନ ବକ୍ତବ୍ୟ ରଖିଥିଲେ। ସଂଘର ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଜ୍ୟୋତିର୍ମୟ ଜେନା ଅତିଥିମାନଙ୍କର ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରମୋଦ ପ୍ରତାପ ଧନ୍ୟବାଦ ଅର୍ପଣ କରିଥିଲେ। ସଂଘର ସଦସ୍ୟ ଭବାନୀ ଶଙ୍କର ପଣ୍ଡା ଏବଂ ଶାନ୍ତନୁ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande